ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ବାଲ୍ୟ ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ୩ମହଲା ଘରେ ଚାଲିଥିବା ବେଆଇନ ଗୁଟ୍ଖା କାରବାର ପର୍ଦ୍ଦାଫାସ୍ କରିଛି ପୁଲିସ। ବଡ଼ ବଜାର ଥାନା ପୁଲିସ ସେହି ୩ମହଲା ଘରୁ ବିପୁଳ ପରିମାଣର ବିଭିନ୍ନ କମ୍ପାନିର ଗୁଟ୍ଖା, କଞ୍ଚାମାଲ ଓ ମେସିନ୍ ଜବତ କରିଛି। ଏ ସଂକ୍ରାନ୍ତରେ ହାଉସିଂବୋର୍ଡ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି।
ଫାଷ୍ଟଗେଟ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ଘରେ ବେଆଇନ ଗୁଟ୍ଖା ପ୍ରସ୍ତୁତ ହୋଉଥିବା ନେଇ ସୂଚନା ମିଳିଥିଲା। ସେ ନେଇ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା। ବାଲ୍ୟ ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ୩ମହଲା ଘର ଯାଞ୍ଚ ପରେ ସେଠାରୁ ଗୁଟ୍ଖା ଜବତ ହୋଇଥିଲା। ଶିବାଜୀ, ଗୋକୁଳ ମିକ୍ସ ଭଳି ବିଭିନ୍ନ କମ୍ପାନିର ଗୁଟ୍ଖା ସେଠାରେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ପ୍ରାୟ ୧୫ବସ୍ତା ଗୁଟ୍ଖା, କଞ୍ଚାମାଲ ଜବତ ହୋଇଥିବା ବେଳେ ବିଭିନ୍ନ କମ୍ପାନିର ଗୁଟ୍ଖା ପଲିଥିନ୍ ପ୍ୟାକେଟ୍ ଜବତ ହୋଇଛି। ସେହିପରି ପ୍ରାୟ ୮ଟି ମିକ୍ସଚର୍ ଓ ପ୍ୟାକିଂ ମେସିନ୍ ଜବତ ହୋଇଥିବା ଜଣାପଡ଼ିଛି।
ଏ ଦିଗରେ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୧୫/୧୮ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ୩ମହଲା ଘରେ ବେଆଇନ ଗୁଟ୍ଖା ପ୍ରସ୍ତୁତ କରି ତାହା ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/fake-tobaco-factory-23_Thumb.jpg)