ଅତାବିରା: ଗୋଡ଼ଭଗା ତଥା ବ୍ଳକର ଛୋଟ ଛୋଟ ବ୍ୟବସାୟିକ ଛକରେ ବେଆଇନ ଭାବେ ରୋଷେଇ ଗ୍ୟାସ ସିଲିଣ୍ଡର ଓ ରିଫିଲିଂ ହେଉଛି। ପୁଲିସ୍, ଯୋଗାଣ ବିଭାଗ, ଅଗ୍ନିଶମ ବିଭାଗ, ପ୍ରଶାସନ ସବୁ ଦେଖି ଅଣଦେଖା କରିଲା ଭଲି ହେଉଛି। ଏହି ବେଆଇନ୍ ଦୋକାନ ଜନବସତି ତଥା ବ୍ୟସ୍ତବହୁଳ ସ୍ଥାନରେ ନିଜ ବେପାର ଚଳାଇଛନ୍ତି।

Advertisment

ଗୋଡ଼ଭଗାରେ ଗ୍ୟାସ ସିଲିଣ୍ଡର ଫାଟିବା ଭଳି ଅଘଟଣ ରାତିରେ ହୋଇଥିବା ବେଳେ ଗ୍ୟାସ ଦେକାନର ‌କର୍ମଚାରୀ ଗୁରୁତର ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛି। ଯଦି ଏହି ଅଘଟଣ ଦିନ ବେଳା ହୋଇଥିଲେ ପରିଣାମ ଆହୁରି ଭୟଂକର ହୋଇଥାନ୍ତା।  ଗୋଡ଼ଭଗା ଫାଣ୍ଡି ସମ୍ମୁଖରେ ଏହି ଦୁର୍ଘଟଣା ପୁଲିସ ପ୍ରଶାସନର ଅପାରଗତାକୁ ଆଙ୍ଗୁଳି ନିର୍ଦେଶ କରୁଛି। ଗୋଡ଼ଭଗା ଅଂଚଳରେ ଆହୁରି ଅନେକ ଦୋକାନ ଅଛି ଯେଉଁମାନେ ଗ୍ୟାସ ଡିଲରଠାରୁ ସିଲିଣ୍ଡର ଆଣି ବିକୁଛନ୍ତି ଓ ରିଫିଲିଂ କରୁଛନ୍ତି। ଗ୍ରାହକମାନେ ଏମାନଙ୍କଠୁ କିଛି ଅଧିକ ଅର୍ଥ ଦେଇ ସିଲିଣ୍ଡର ନେଉଛନ୍ତି। ଏଥିରେ ରୋକ୍‌ ଲାଗାଇବା ସହ ଅସାଧୁ ‌ବ୍ୟବସାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।