କଟକ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଅନ୍ତର୍ଗତ ମହୁପୁରା ଘାଟରୁ ବେଆଇନ ବାଲି ଉତ୍ତୋଳନ ନେଇ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍ଜିଟି)ରେ ଯୁଗ୍ମ କମିଟି ଦାଖଲ କରିଥିବା ରିପୋର୍ଟରେ ୧୨ କୋଟି ୩୫ ଲକ୍ଷ ଟଙ୍କା ପରିେବଶ କ୍ଷତିପୂରଣ ଆଦାୟ ପାଇଁ ସୁପାରିସ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ, ରାଜ୍ୟ ପରିବେଶ ଓ ପ୍ରଭାବ ମୂଲ୍ୟାୟନ ପ୍ରାଧିକରଣ (ସିଆ), ଜିଲ୍ଲା ଖଣି ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଡସାହି ତହସିଲଦାରଙ୍କୁ ନେଇ ଗଠିତ ଯୁଗ୍ମ କମିଟି ୨୦୨୨, ମେ ୯ରେ ବାଲିଘାଟ ସ୍ଥିତି ଅନୁଧ୍ୟାନ କରିବା ପରେ ଏପରି ରିପୋର୍ଟ ଦାଖଲ କରିଛନ୍ତି।
ବ୍ୟାପକ ଅନିୟମିତତା ହୋଇଥିବା ଓ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇଥିବା କଥା ସ୍ପଷ୍ଟ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନଦୀର ପ୍ରାକୃତିକ ଜଳ ପ୍ରବାହର ପଥ ପରିବର୍ତ୍ତନ କରାଯାଇଛି। ଲିଜ୍ ଅଞ୍ଚଳ ବାହାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ମାମଲାର ଅଗଷ୍ଟ ୨୫ରେ ପରବର୍ତ୍ତୀ ଶୁଣାଣି ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏନଜିଟି ରାଧାମୋହନ ସିଂହଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/sand-mines.jpg)