ବେଆଇନ ଗଛକଟା: କାଠଗଣ୍ଡି ଜବତ

ନଠୁଆବର: ରସୁଲପୁର ତହସିଲ ଓଡ଼ିଶୋ ପଞ୍ଚାୟତ ବାହାବଳପୁର ଗ୍ରାମର ଏକ ସରକାରୀ ଜମିରୁ ବେଆଇନ ଭାବରେ କଟାଯାଇଥିବା ଗଛକୁ କଷପା ରାଜସ୍ବ ନିରୀକ୍ଷକ ଦେବୀ ପ୍ରସନ୍ନ ମହାନ୍ତ ଜବତ କରିଛନ୍ତି। ଗଛଟିକୁ କଟାଯାଇ ୭ଖଣ୍ତ ବଡ଼ କାଠଗଣ୍ତି କରାଯାଇଥିଲା। ଏହି କାଠ ଗଣ୍ତିଗୁଡ଼ିକୁ ଗଛ କଟାଳି ସୋମନାଥ ରାଉତଙ୍କ ଜିମାରେ ରଖାଯାଇଛି। ତହସିଲ ପ୍ରଶାସନର ବିନା ଅନୁମତିରେ ଉଠାଇବାକୁ ବାରଣ କରାଯିବା ସହ ଏକ ରାଜିନାମା ଲେଖାଯାଇଥିଲା। ଏଥିରେ ସୋମନାଥ ଓ ଗ୍ରାମବାସୀ ସ୍ବାକ୍ଷର କରିଥିଲେ।

ବାହାବଳପୁର ଗ୍ରାମର ସରକାରୀ ଜମି ରକ୍ଷିତ ଖାତା ନଂ–୨୯୭ ଓ ପ୍ଲଟ ନଂ–୧୨୪୨ ଗ୍ରାମ୍ୟ ଜଙ୍ଗଲ ଜମି ଉପରୁ ଏକ ଢାଉରଙ୍ଗ ଗଛକୁ ଜନୈକ ବ୍ୟକ୍ତି ତହସିଲ ପ୍ରଶାସନର ବିନା ଅନୁମତିରେ କାଟି ବିକ୍ରି କରିବାକୁ ଯୋଜନା କରିଥିଲେ। ଖବର ପାଇ ଗଛ ଚାଲାଣ କରୁଥିବା ସମୟରେ ତହସିଲ ସୁପରଭାଇଜର ସନ୍ତୋଷ ପରିଡ଼ା ଓ ରାଜସ୍ବ ନିରୀକ୍ଷକ ଦେବୀପ୍ରସନ୍ନ ପହଞ୍ଚି ଗ୍ରାମବାସୀଙ୍କ ଉପସ୍ଥିତିରେ କାଠଗଣ୍ତିଗୁଡ଼ିକୁ ଜବତ କରିଥିଲେ।

ସମ୍ବନ୍ଧିତ ଖବର