ବିପୁଳ ମଦ ଜବତ, ୬ ଗିରଫ

ଜଳେଶ୍ବର : ଜିଲ୍ଲା ଅବକାରୀ ଅଧୀକ୍ଷକ ସେଖ୍ ଆସଫ୍ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ବର ଅବକାରୀ ଥାନା ତରଫରୁ ଏକ ୫ଜଣିଆ ଟିମ୍ ଜଳେଶ୍ବର, ରାଇବଣିଆ ଓ କମର୍ଦ୍ଦା ଥାନା ଅନ୍ତର୍ଗତ ବର୍ତ୍ତନା, ନାମ୍ପୋ, ତାଳବଣିଆ, କୁମୁଚିଆ, ତେନ୍ତଳା, ଉଲୁଡ଼ା, ଦାହୁଣଦା, କାଜିବାଗ ଏବଂ ନହରା ଇତ୍ୟାଦି ଅଞ୍ଚଳରେ ଚଢଉ କରି ୧୨୭ଲିଟର ପଶ୍ଚିମବଙ୍ଗ ପ୍ରସ୍ତୁତ ଦେଶୀମଦ ଜବତ କରିବା ସହିତ ୬ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ରବୀନ୍ଦ୍ର ମହାନ୍ତ, ସୁଧୀର ମାରାଣ୍ତି, ପ୍ରଫୁଲ୍ଲ ସିଂ, ରାଧାକାନ୍ତ ଦାସ, ପୀତାମ୍ବର ରଣା, ବସନ୍ତ ସାମଲ ପ୍ରମୁଖ। ଜଳେଶ୍ବର ଅବକାରୀ ଥାନା ଓଆଇସି ଦେବେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ କନେଷ୍ଟବଳ ରାମଚନ୍ଦ୍ର ମହାନ୍ତି, ଶଶିଭୂଷଣ ସ୍ବାଇଁ, ବାବାଜୀ ପଣ୍ତିତ ଓ ପିଙ୍କି ମାରାଣ୍ତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର