ଅସୁସ୍ଥ ହାତୀର ସଙ୍କଟ ବଢ଼ୁଛି

ଲଇକେରା : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଡିଭିଜନ୍‌ ସୀମାରୁ ଝାରସୁଗୁଡ଼ା ବନଖଣ୍ଡ କୋଲାବିରା ରେଞ୍ଜ ଲଇକେରା ଅଞ୍ଚଳକୁ ଚାଲି ଆସିଥିବା ଏକ ‘ମାଖ୍‌ନା’ ପୁରୁଷ ହାତୀର ସଙ୍କଟ ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଏଭଳି ଏକ ଅସୁସ୍ଥ ହାତୀ ବନ ବିଭାଗ ତତ୍ୱାବଧାନରେ ଚିକିତ୍ସାଧୀନ ଥିବା ସମୟରେ ମୃତ୍ୟୁ ହୋଇଥିଲା। ଏହି ଅଡ଼ୁଆ ପରିସ୍ଥିତିକୁ ଏଡ଼ାଇବା ପାଇଁ ବାମରା ବନଖଣ୍ଡ କର୍ମଚାରୀମାନେ ହାତୀଟି ନିଜ ସୀମାରୁ ଘଉଡ଼ାଇ ଦେଇଛନ୍ତି। ଝାରସୁଗୁଡ଼ା ଡିଏଫଓ ସୁଶାନ୍ତ କୁମାରଙ୍କ ଅନୁସାରେ, ହାତୀଟିର ବୟସ ୫୦ରୁ ଅଧିକ ହେବ। ବହୁ ଦିନ ହେଲା କୌଣସି କାରଣରୁ ଏହାର ଗୋଟିଏ ଗୋଡ଼ର ହାଡ଼ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି। ‘ଜାସପ୍ରୋ’ ନାମରେ ଏକ ଔଷଧ (ବନୌଷଧୀ) ହାତୀକୁ ଦିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର