ଅନୁଗୁଳ : ଅସୁସ୍ଥ ବାଘୁଣୀ ଧରିବା ଅଭିଯାନ ଆରମ୍ଭ

ଦୁଇ ଏନ୍‌କ୍ଲୋଜର ମଝିରେ ଗେଟ୍ ଲଗାଇ ବଡ଼ ଯନ୍ତାର ରୂପ ଦିଆଗଲା

ଅନୁଗୁଳ : ପରିଶେଷରେ ସାତକୋଶିଆର ଦେଶୀ ବୁଢ଼ୀ ବାଘୁଣୀକୁ ଧରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବନ ବିଭାଗ ପକ୍ଷରୁ ବାଘୁଣୀକୁ ଧରିବା ପାଇଁ ରାଇଗୁଡ଼ାରେ ଥିବା ଦୁଇ ଏନ୍‌କ୍ଲୋଜର ମଧ୍ୟରେ ସୁଚିନ୍ତିତ ଭାବେ ଗେଟ୍‌ ଲଗାଇ ଏକ ଯନ୍ତାର ରୂପ ଦେବାକୁ ପ୍ରୟାସ କରାଯାଇଛି। ଏଥିସହିତ ଜଂଗଲ ମଧ୍ୟରେ ହାତୀ ଯୋଗେ ମଧ୍ୟ ନିରୀକ୍ଷଣ ଆରମ୍ଭ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସଂପ୍ରସାରଣ ପ୍ରକଳ୍ପ ସାତକୋଶିଆ ଅଧୀନରେ ସାତକୋଶିଆ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡର ହାତିଧରା ଜଂଗଲ, ଅନୁଗୁଳ ବନଖଣ୍ଡର ବନ୍ତଳା ଅଂଚଳ, ମହାନଦୀ ବନଖଣ୍ଡ, ବୌଦ୍ଧ, ଆଠଗଡ଼ ଓ ଢେଙ୍କାନାଳ ବନଖଣ୍ଡର କିଛି କିଛି ଅଂଚଳ ରହିଛି। ସାତକୋଶିଆକୁ ମୋଟ ୬ଟି ବାଘ ଆସିବାର ‌‌େଯାଜନା ହୋଇଥିଲା। ସେଥିମଧୢରୁ ଦୁଇଟି ମହାବଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ପ୍ରଥମ ପର୍ଯ୍ୟାୟରେ ସାତକୋଶିଆକୁ ଅଣାଯାଇ ରାଇଗୁଡ଼ାରେ ଦୁଇଟି ଏନ୍‌କ୍ଲୋଜର ନିର୍ମାଣକରି ରଖାଯାଇଥିଲା। କିଛିଦିନ ପରେ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଜଂଗଲରେ ଛାଡ଼ି ଦିଆଯାଇଥିଲା। ମହାବୀରର ବେକରେ ଏକ ଘା’ ସୃଷ୍ଟି ହୋଇ ସ˚କ୍ରମଣ ହେବା ଫଳରେ ତାର ମୃତ୍ୟୁ ଘଟିଥିଲା। ତେବେ ମଣିଷ ମାରିବା ପରେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ ଧରିବା ପରେ ରାଇଗୁଡ଼ାର ଏନ୍‌କ୍ଲୋଜରରେ ବର୍ଷେରୁ ଅଧିକ ସମୟ ହେଲା ବନ୍ଦୀ କରି ରଖାଯାଇଛି। ପୂର୍ବରୁ ମହାବୀର ରହୁଥିବା ଏନ୍‌କ୍ଲୋଜର ଓ ସୁନ୍ଦରୀ ଥିବା ଏନ୍‌କ୍ଲୋଜର ମଧ୍ୟରେ ପ୍ରାୟ ୨୦ ଫୁଟର ବ୍ୟବଧାନ ରହିଛି। ଜଂଗଲ ପାର୍ଶ୍ବରେ ଥିବା ଏନ୍‌କ୍ଲୋଜର ବାଟ ଦେଇ ବୁଢ଼ୀ ବାଘୁଣୀ ଆଗରୁ ଆସୁଥିଲା। ଦୁଇ ଏନ୍‌କ୍ଲୋଜର ମଧ୍ୟରେ ଥିବା ଫାଙ୍କା ଜାଗାରେ ରହି ସୁନ୍ଦରୀକୁ ଦେଖୁଥିଲା। ତେଣୁ ଦୁଇ ଏନ୍‌କ୍ଲୋଜର ମଝି ଜାଗାକୁ ଏକ ବଡ଼ ଯନ୍ତାର ରୂପ ଦେବାକୁ ଚେଷ୍ଟା କରାଯାଇ ଉଭୟ ପାର୍ଶ୍ବରେ ଗେଟ୍‌ ଭଳି ଲଗାଯାଇଛି। ଏଭଳି ଢଂଗରେ ଏହା ପ୍ରସ୍ତୁତ କରାଯାଇଛି ଯେ, ବାଘୁଣୀ ସହଜରେ ଜାଣିପାରିବନାହିଁ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଚ୍ୟାନେଲ ଜରିଆରେ ଏହା ପ୍ରସ୍ତୁତ କରାଯାଇଥିବାରୁ ବାଘୁଣୀ ଆସିଲେ ୨୫୦ ମିଟର ଦୂରରୁ ‌ବନ କର୍ମଚାରୀମାନେ ଗେଟ୍ ବନ୍ଦ କରିପାରିବେ । ଅପରପକ୍ଷରେ ବନ କର୍ମଚାରୀମାନେ ହାତୀ ଯୋଗେ ମଧ୍ୟ ଜଂଗଲ ମଧ୍ୟ‌େର ବାଘୁଣୀର ନିରୀକ୍ଷଣ କରିବା ଆରମ୍ଭ କରିଦେଇଛନ୍ତି।

ବାଘୁଣୀ ସମେତ ଅନ୍ୟ ବନ୍ୟପ୍ରାଣୀମାନଙ୍କ ଗତିବିଧି ଲକ୍ଷ୍ୟ ରଖାଯିବା ନେଇ ସାତକୋଶିଆ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରାୟ ୩ ଶହଟି ଟ୍ରାପ୍ କ୍ୟା‌ମେରା ଲଗାଯାଇଛି। ରାଇଗୁଡ଼ା ଅଂଚଳ‌େର ବାଘୁଣୀ ବୁଲୁଥିବା ବେଳେ ଟ୍ରାପ୍ କ୍ୟାମେରା ଜିରଆରେ କଏଦ୍ ଚିତ୍ରରୁ ଏହାର ଲାଞ୍ଜ ‘ଫଙ୍ଗାଲ ଇନ୍‌ଫେକ୍ସନ’ ହୋଇଥିବା ଜଣାପଡ଼ିଥିଲା। ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରାଯିବ ନା ଯନ୍ତା ପକାଇ ଧରାଯିବ, ସେ ସଂକ୍ରାନ୍ତରେ ବନ ବିଭାଗୀୟ ଅଧିକାରୀମାନେ କୌଣସି ନିଷ୍ପତ୍ତି ନେଇ ପାରିନଥିଲା। ବୟସାଧିକ୍ୟ କାରଣରୁ ଟ୍ରାଙ୍କୁଲାଇଜ୍ କରାଗଲେ ବାଘୁଣୀର ଜୀବନ ପ୍ରତି ବି ବିପଦ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଥିଲା। ପରିଶେଷରେ ପିସିସିଏଫ୍‌, ଏନ୍‌ଟିସିଏକୁ ଚିଠି ଲେଖାଯାଇ ଆବଶ୍ୟକ ପରାମର୍ଶ ମଗାଯାଇଥିଲା। ଶେଷଥର ପାଇଁ ବାଘୁଣୀ ଗତ ୯ ତାରିଖ ଦିନ ସେହି ରାଇଗୁଡ଼ା ଅଂଚଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପରଠାରୁ କ୍ୟାମେରା‌େର ବାଘୁଣୀର ଚିତ୍ର ଆସିନାହିଁ କିମ୍ବା ବନ କର୍ମଚାରୀମାନେ ମଧ୍ୟ ଦେଖିପାରିନାହାନ୍ତି। ଏଭଳି ସ୍ଥିତିରେ ନାନା ଆଶଙ୍କା ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର