ଭୁବନେଶ୍ବର: ଦେଶର ଜଣାଶୁଣା ଜୀବବିଜ୍ଞାନୀ ତଥା ଆଇଏଲଏସ୍ ନିର୍ଦ୍ଦେଶକ ଡକ୍ଟର ଅଜୟ କୁମାର ପରିଡ଼ାଙ୍କର ଗୌହାଟୀରେ ପରଲୋକ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ସେ କେନ୍ଦ୍ର ସରକାରଙ୍କ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ଗୌହାଟୀ ଯାଇଥିଲେ। ରାତିରେ ଶୋଇଥିବା ସମୟରେ ତାଙ୍କର ହୃତଘାତ ହୋଇଥିଲା ଏବଂ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଏ ସଂପର୍କରେ ଖବର ପାଇ ତାଙ୍କ ପରିବାର ଲୋକେ ଗୌହାଟୀ ଯାଇଛନ୍ତି। ପରିବାର ଲୋକ ପହଞ୍ଚିବା ପରେ ମରଶରୀରର ପୋଷ୍ଟମଟର୍ମ ହେବ ବୋଲି ଜଣାଯାଇଛି।
/sambad/media/post_attachments/wp-content/uploads/2022/07/e895239a-afbc-4d9d-913e-33ed61fdb39d.jpg)
ଡକ୍ଟର ଅଜୟ ପରିଡ଼ା ଯାଜପୁର ଜିଲ୍ଲାର ଭଗବାନପୁରରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୦୯ରୁ ୨୦୧୭ ଯାଏ ଏମଏସ ସ୍ବାମୀନାଥନ୍ ଇନଷ୍ଟିଟ୍ୟୁଟର କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଭାରତୀୟ ଜୀବବିଜ୍ଞାନୀ ଭାବେ ଡକ୍ଟର ଅଜୟ ପରିଡ଼ାଙ୍କର କୃଷି, ଉଦ୍ଭିଦ ମଲିକୁଲାର ବାୟୋଲୋଜି ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଯଥେଷ୍ଟ ସୁନାମ ଥିଲା। ୨୦୧୪ ମସିହାରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ବିଭାଗରେ ଉତ୍କର୍ଷତା ପ୍ରତିପାଦନ କରିଥିବାରୁ ଡକ୍ଟର ଅଜୟ ପରିଡ଼ା ତତକାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/4e332dad-5cb3-4f59-b9ce-fd1cdc15982b.jpg)