ରାଜ୍ୟରେ କମିବ ସଂକ୍ରମଣ ସଂଖ୍ୟା, ଲୋକେ ସଚେତନ ନ ରହିଲେ ବିପଦ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଆଗକୁ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା । ସେ କହିଛନ୍ତି, ଟେଷ୍ଟ କମିନି, କିନ୍ତୁ  ଓଡ଼ିଶାରେ ୨୫ ସେପ୍ଟେମ୍ବରରୁ ସଂକ୍ରମଣ କମିଛି, ଯାହାକି ଭଲ ଟ୍ରେଣ୍ଡ । ବର୍ଷା ଯୋଗୁଁ ନମୁନା ସଂଗ୍ରହ କମିଥିଲା, କିନ୍ତୁ ଏବେ ଟାର୍ଗେଟ ପୁଣି ୫୦ ହଜାର ।

ଆଗକୁ ପୂଜା ଆସୁଛି। କମିଗଲା ଭାବି ଅବହେଳା କଲେ ସଂକ୍ରମଣ ବଢ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି । ଆଇଏଲଏସ ନିର୍ଦେଶକ କହିଛନ୍ତି, ଲୋକେ ସଚେତନ ହୋଇଛନ୍ତି । ଆଗକୁ ଏହାକୁ ଜାରି ରଖିବାକୁ ପଡ଼ିବ । ମୃତ୍ୟୁହାର ବଢୁଛି । କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହୁଛି । ଶୀତ ଦିନରେ ଥଣ୍ଡା ହେଲେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର