ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଏବେ ଆଉ ଗୋଟେ ପାଦକୁ ଆଗେଇ ଯାଇଛି। ଏଠାରେ ସ୍ଥାପନ ହୋଇଥିବା ଆଇଏଲ୍ଏସ୍ ବା ଇନ୍ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମକୁ ଡିଜିସିଏ ଅନୁମମୋଦ କରିଛି। ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି।
ସେ କହିଛନ୍ତି ଯେ, ଏହି ବ୍ୟବସ୍ଥାକୁ ଡିଜିସିଏ ଅନୁମୋଦନ କରିବା ଏକ ଖୁସିର ଖବର। ଏହି ସିଷ୍ଟମ କାର୍ଯ୍ୟକ୍ଷମ ହେଲେ ଯେକୌଣସି ବିମାନ ପାଗ ଖରାପ ଥିଲେ ମଧ୍ୟ ଅବତରଣ କରି ପାରିବ। ଏଥିଯୋଗୁଁ ଏବେ ସର୍ବନିମ୍ନ ୮ ଶହ ମିଟର ଭିଜିବିଲିଟିରେ ସବୁ ପ୍ରକାର ବିମାନ ଅବତରଣ କରି ପାରିବ। ପୂର୍ବରୁ ଛୋଟ ବିମାନ ୧୫ ଶହ ମିଟର ଓ ବଡ଼ ବିମାନ ୨୧ ଶହ ମିଟର ଭିଜିବିଟିଲିଟିରେ ଅବତରଣ କରୁଥିବା ବେଳେ ପାଗ ଖରାପ ଥିଲେ ବିମାନ ଅବତରଣ କରି ପାରୁ ନଥିଲା।