ମୁଁ ବିବାଦରେ ଅଛି, ତଥାପି ଶେଷ ନିଶ୍ବାସ ଥିବା ଯାଏଁ ଗୀତ ଗାଇବି-ହ୍ୟୁମାନ୍ ସାଗର

ଦେବଗଡ଼: ପାରିବାରିକ କଳହ ପାଇଁ ବିବାଦରେ ଛନ୍ଦି ହୋଇଛନ୍ତି ଗାୟକ ହ୍ୟୁମାନ ସାଗର। ତଥାପି ଆଜି ସେ ଉତ୍ସବ ପ୍ରଧାନପାଟର ଦ୍ବିତୀୟ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିଲେ। ଗୀତ ଗାଇବା ପୂର୍ବରୁ ସେ କହିଥିବା କିଛି କଥା ଦର୍ଶକଙ୍କୁ ଭାବବିହ୍ବଳ କରି ଦେଇଥିଲା। ପ୍ରଥମେ କୋହଭରା କଣ୍ଠରେ ମୁଁ ବିବାଦରେ ଅଛି, କିନ୍ତୁ ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣମାନଙ୍କ ପାଇଁ ଗୀତ ଗାଉଥିବି ବୋଲି କହିଥିଲେ।

ବାପା -ମା’ଙ୍କ ଋଣ କେବେ କେହି ବି ସୁଝିପାରିବନି ବୋଲି ହ୍ୟୁମାନ କହିବା ସହ ବାପା-ମା’ଙ୍କ ପାଇଁ ଦୁଇ ପଦ ଗୀତ ଗାଇଥିଲେ। ଏହା ପରେ ନିଶ୍ବାସ ତୋ ବିନା ଚାଲେନା… ଗୀତ ଗାଇବା ସହ ତାଙ୍କର ବହୁ ସୁପରହିଟ ଗୀତ ଗାଇ ଦର୍ଶକମାନଙ୍କୁ ବିଳମ୍ବିତ ରାତି ଯାଏ ବାନ୍ଧି ରଖିଥିଲେ। ହ୍ୟୁମାନଙ୍କ ଗୀତ ଶୁଣିବା ପାଇଁ ଆଜି ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା।

ସମ୍ବନ୍ଧିତ ଖବର