ଭୁବନେଶ୍ବର: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବା ପୂର୍ବରୁ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ କହିଛନ୍ତି, ସମସ୍ତଙ୍କର ସହଯୋଗ ପାଇଁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି।। ୨୦୨୨ ଆରମ୍ଭରୁ ପଦ୍ମଶ୍ରୀ ସମ୍ମାନ ପାଇ ମୁଁ ବହୁତ ଖୁସି ଅନୁଭବ କରୁୁଛି। ରାଜ୍ୟବାସୀ ଏମିତି ସବୁବେଳେ ସମର୍ଥନ ଦେଇଥାନ୍ତୁ, ଆଗକୁ ଆହୁରି ଗୌରବ ଆଣିବି। ଓଡ଼ିଶା ସରକାର ଆରମ୍ଭରୁୁ ଶ୍ରେଷ୍ଠ ଯାଏଁ ସହଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଛି। ସେହିପରି ପାରା ଆଥଲେଟ୍ ପ୍ରମୋଦ ଭଗତ, ସମାଜସେବା ପାଇଁ ଶ୍ରୀମଦ୍ ବାବା ବଳିଆ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ, ସାହିତ୍ୟ, ଶିକ୍ଷା ପାଇଁ ନୃସିଂହ ପ୍ରସାଦ ଗୁରୁ ଓ ଗୁରୁ ପ୍ରସାଦ ମହାପାତ୍ର (ମରଣୋତ୍ତର, ପ୍ରଶାସନିକ ଅଧିକାରୀ)ଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।