ଭୁବନେଶ୍ୱର ପହଂଚିଲା ସହିଦ ଓଡ଼ିଆ ଯବାନଙ୍କ ମରଶରୀର, ଆସନ୍ତାକାଲି ଶେଷକୃତ୍ୟ 

ଭୁବନେଶ୍ୱର: ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ଶନିବାର ସହିଦ ହୋଇଥିବା ଓଡ଼ିଆ ଯବାନ ହେମନ୍ତ ପଣ୍ଡାଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଂଚିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସହିଦ ଯବାନଙ୍କ ମରଶରୀର ପହଂଚିବା ପରେ ତାଙ୍କ ଜନ୍ମମାଟିକୁ ନିଆଯାଇଛି। ଆସନ୍ତାକାଲି ସହିଦ ଯବାନଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ।

ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରରେ ଓଡ଼ିଆ ଯବାନ ହେମନ୍ତ ପଣ୍ଡା ଆତଙ୍କବାଦୀଙ୍କ ଗୁଳିରେ ଜୀବନ ହରାଇଛନ୍ତି। ହେମନ୍ତ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁ ନିବାସୀ। ସହିଦ ହେବା ନେଇ ହେମନ୍ତଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ହେମନ୍ତ (୨୩) ଦୁଇ ରୁ ତିନି ବର୍ଷ ତଳେ ଭାରତୀୟ ସେନାରେ ଯୋଗଦେଇ ଶ୍ରୀନଗର ବାରମୂଳା ସୀମାରେ  କାର୍ଯ୍ୟରତ ଥିଲେ।

 

ସମ୍ବନ୍ଧିତ ଖବର