ତୌତେ ପରେ ଆସୁଛି ଆଉ ଏକ ବାତ୍ୟା, ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ମାଡ଼ ହେବା ସମ୍ଭାବନା

ଭୁବନେଶ୍ବର: ତୌତେ ପରେ ଆସୁଛି ଆଉ ଏକ ବାତ୍ୟା । ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୨ରୁ ୨୫ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଏହାର ପ୍ରଭାବରରେ ଆସନ୍ତା ୨୫ ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା  ଆରମ୍ଭ ହେବ । ତେବେ କେଉଁଠି କେତେବେଳେ  ଏହାର ପ୍ରଭାବ ପଡିବ ତାହା ଏବେଠୁ କହିହେବ ନାହିଁ । ବାତ୍ୟାର ତ୍ରୀବତା କେତେ ରହିବ ତାହା ଲଘୁଚାପ ସୃଷ୍ଟି ହେବା ପରେ ଜଣାପଡିବ । ତେବେ ୨୬ ତାରିଖରେ ଉପକୂଳ ଛୁଇଁପାରେ ବାତ୍ୟା ଏବଂ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ । ତେବେ ଏହି ସମୟରେ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର