ଧାମରା ବନ୍ଦର ନିକଟରେ ହେବ ଲ୍ୟାଣ୍ଡଫଲ, ଆଇଏମଡିର ତାଜା ସୂଚନା

ଭୁବନେଶ୍ୱର: ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇସାରିଛି ୟାସ | ଧାମରା ବନ୍ଦର ନିକଟରେ ଏହା ଲ୍ୟାଣ୍ଡଫଲ କରିବ | ବର୍ତ୍ତମାନ ବାତ୍ୟା ପାରାଦ୍ବୀପଠାରୁ ୧୪୦ କିଲୋମିଟର ଦୂରରେ ଥିବାବେଳେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ବାତ୍ୟା ମାଡିଆସୁଛି | ବର୍ତ୍ତମାନ ବାତ୍ୟା ୟାସ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି |

ସମୁଦ୍ରରେ ବାତ୍ୟାସ୍ଥଳରେ ପବନର ବେଗ ୧୩୫ କିଲୋମିଟର ରହିଛି | ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଜି ସକାଳ ୫ଟା ୩୦ ସମୟରେ ଧାମରା ବନ୍ଦରଠାରୁ ୩୦ କିଲୋମିଟର ଦୂରରେ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ହେବ | ଏହା ପରେ ୟାସ ଧାମରା ଓ ବାଲେଶ୍ୱର ମଧ୍ୟଦେଇ ଓଡ଼ିଶା ଉପକୂଳକୁ ଅତିକ୍ରମ କରିବ | ପବନର ବେଗ ମଧ୍ୟରାତ୍ରିରେ ବଢିବାକୁ ଥିବାବେଳେ ଆଜି ଭୋର ସମୟରେ ଅତ୍ୟଧିକ ପବନ ପ୍ରବାହିତ ହେବ |

୨୬ ତାରିଖ ଭୋରରୁ ଅପରାହ୍ନ ପର୍ଯ୍ୟନ୍ତ ବାଲେଶ୍ୱର,ଭଦ୍ରକ କେନ୍ଦ୍ରାପଡା ଓ ଜଗତସିଂହପୁରରେ ପବନର ବେଗ ଅଧିକ ରହିବ | ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ ରାତି ୧୦ଟା ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି | କେତେକ ସ୍ଥାନରେ କିଛି ଗଛ ଉପୁଡିଛି |

ସମ୍ବନ୍ଧିତ ଖବର