ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଛୁଟିରେ ନ ଯିବା ସହିତ ପ୍ରସ୍ତୁତ ରିହିବା ପାଇଁ ଜାରି ହେଲା ଆଲର୍ଟ
କେଉଁଠି ବାତ୍ୟା ସ୍ଥଳଭାଗ ଛୁଇଁବ କାଲି ସ୍ପଷ୍ଟ ହୋଇଯିବ: ଡେପୁଟି କମିସନର
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି ବୋଲି ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହାର ପ୍ରଭାବରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ଏହି ଅବପାତ ବାତ୍ୟାର ରୂପ ନେଇପାରେ। ତେବେ ଏହି ସମ୍ଭାବ୍ୟ ବାତ୍ୟା ନେଇ ଡେପୁଟି ରିଲିଫ୍ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି, କେଉଁଠି ବାତ୍ୟା ସ୍ଥଳଭାଗ ଛୁଇଁବ ତାହା କାଲି ସ୍ପଷ୍ଟ ହୋଇଯିବ। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ଅନୁସାରେ ପ୍ରସ୍ତୁତ ରହିବା ସହିତ ଛୁଟିରେ ନଯିବାକୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ବାତ୍ୟା ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମୁହାଁ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ବର୍ତ୍ତମାନ ଅବପାତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟାରୁ ରାଜ୍ୟ ବର୍ଷା ଜାରି ହୋଇପାରେ ବୋଲି ଆଶଙ୍କା ରହିଛି। ୧୦ରୁ ୧୧ ତାରିଖ ମଧ୍ୟରେ ଏହି ବର୍ଷାର ପରିମାଣ ବଢ଼ିବାର ମଧ୍ୟ ସମ୍ଭାବନା ରହିଛି। ଏହାର ପ୍ରଭାବେର ପୁରୀ, ଗଞ୍ଜାମ ଓ ଜଗତସିଂହପୁରର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।