ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଆଜିଠାରୁ ୨୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି। ଏଥିପାଇଁ ସମୁଦ୍ର ଅଶାନ୍ତ ରହିବ। ତେଣୁୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବିମାନେ ନ ଯିବା ପାଇଁ ସତର୍କ କରିଦିଆଯାଇଥିିବା ବେଳେ ଯେଉଁମାନେ ବର୍ତ୍ତମାନ ସମୁଦ୍ରକୁ ଯାଇଛନ୍ତି, ସେମାନେ ଫେରିଆସିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛିି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛିି ଯେ, ଆଜି ରାଜ୍ୟର ପୁରୀ, ଗଞ୍ଜାମଳ ଖୋର୍ଦ୍ଧର୍ା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା , ବାଲେଶ୍ୱର, ଭଦ୍ରକ, ଯାଜପୁର,ନୟାଗଡ଼, ଗଜପତି, ରାୟଗଡ଼ା, ମାଲକାନଗିରି,କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ଆସନ୍ତାକାଲି ଅର୍ଥାତ ୨୧ ତାରିଖରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା , ବାଲେଶ୍ୱର, ଭଦ୍ରକ, ଯାଜପୁର,ଗଜପତି, ରାୟଗଡ଼ା, ମାଲକାନଗିରି,କୋରାପୁଟ ଓ କନ୍ଧମାଳ ,ନୟାଗଡ଼, କଟକ, ଜଗତସିଂହପୁର, ଭଦ୍ରକ,କଳାହାଣ୍ଡି, କୋରାପୁଟ ଓ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୨ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା,ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବଙ୍ଗୋପସାଗରରେ ଲଘୁଚାପ, ୨୨ ତାରିଖ ଯାଏ ବର୍ଷିବ
/sambad/media/post_attachments/wp-content/uploads/2018/07/Rain-in-Bhubaneswar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)