ପୁରୀ : ଚିଲିକା ଉପରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣକୁ ନେଇ ଡିଜିସିଏ (ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ୍ ଆଭିଏସନ୍) ପକ୍ଷରୁ କ୍ଲିନ୍ଚିଟ୍ ଦିଆଯିବା ପରେ ପୁରୀ ପୁଲିସ ଆଉ କିଛି ତଥ୍ୟ ଲୋଡ଼ିଛି। ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକାରେ ଅବତରଣ ହୋଇନାହିଁ ବୋଲି ଡିଜିସିଏ ରିପୋର୍ଟରେ ଉଲ୍ଲେଖ ଥିବା ବେଳେ ହେଲିକପ୍ଟର କେତେ ଉଚ୍ଚରେ ଉଡୁଥିଲା ସେ ସଂପର୍କରେ କିଛି ସ୍ପଷ୍ଟ ସୂଚନା ନାହିଁ। ତେଣୁ ଏ ନେଇ ଡିଜିସିଏଙ୍କୁ ରିପୋର୍ଟ ମଗାଯାଇଛି ବୋଲି ପୁରୀ ଏସ୍ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ଅନ୍ୟପକ୍ଷରେ ବିବାଦରେ ନ ଥିବା ଇମ୍ଫାର ଅନ୍ୟ ଦୁଇଟି ହେଲିକପ୍ଟରକୁ ମୁକ୍ତ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ଏସ୍ପି କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଡିଜିସିଏ କର୍ତ୍ତୃପକ୍ଷ ଇମ୍ଫା ହେଲିକପ୍ଟର (ଆର-୪୪ଭିଟି-ବିଡିପି) ଚିଲିକାରେ ଅବତରଣ କରିନଥିବା, ଉଡ଼ାଣ ସମୟରେ କୌଣସି ନିୟମ ଉଲ୍ଲଂଘନ ହୋଇନଥିବା, ଉଡ଼ାଣ କରିଥିବା ହେଲିକପ୍ଟର ନିର୍ଦ୍ଦିଷ୍ଟ ରୁଟ୍ରେ ଯାଇ ପୁଣି ଭୁବନେଶ୍ବର ବିମାନ ବନ୍ଦରକୁ ଫେରିଥିବା ସଂପର୍କରେ ଉଲ୍ଲେଖ କରିଥିଲେ। ଏହି ଚିଠି ଆସିବା ପରେ ପୁରୀ ଏସ୍ପି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଖୁବ ଶୀଘ୍ର ହ୍ୟାଙ୍ଗରରୁ ଇମ୍ଫାର ଅନ୍ୟ ଦୁଇଟି ହେଲିକପ୍ଟର ମୁକ୍ତ କରାଯିବ। ତେବେ ବିବାଦରେ ଥିବା ହେଲିକପ୍ଟରକୁ ନେଇ ତଦନ୍ତ ସରିବା ପରେ ତାକୁ ମୁକ୍ତ କରାଯିବ। ପ୍ରକାଶଥାଉକି, ଚିଲିକା ଉପରେ ବେଆଇନ ହେଲିକପ୍ଟର ଉଡାଣ ହୋଇଥିବା ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ମେରାଇନ୍ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୁରୀ ପୁଲିସ ଭୁବନେଶ୍ବର ବିମାନବନ୍ଦରେ ଥିବା ଇମ୍ଫାର ହେଲିକପ୍ଟର ହ୍ୟାଙ୍ଗରକୁ ସିଜ୍ କରିଥିଲା।
ଇମ୍ଫାର ଦୁଇ ହେଲିକପ୍ଟର ମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ, ଡିଜିସିଏକୁ ଅଧିକ ତଥ୍ୟ ମାଗିଲା ପୁରୀ ପୁଲିସ
/sambad/media/post_attachments/wp-content/uploads/2018/10/Panda-Chopper-2-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)