ଆଇଏମଏମଟି ନିର୍ଦ୍ଦେଶକ ଓ ସାଇଣ୍ଟିଷ୍ଟ-ଏଚ୍ ପଦବିକୁ ନେଇ ବିବାଦ: ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଭୁବନେଶ୍ବରସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍‌ ମିନେରାଲ୍ସ ଆଣ୍ତ ମ୍ୟାଟେରିଆଲସ୍‌ ଟେକ୍‌ନୋଲୋଜି(ଆଇଏମଏମଟି)ରେ ନିର୍ଦ୍ଦେଶକ ପଦ ଓ ସାଇଣ୍ଟିଷ୍ଟ-ଏଚ୍‌ ପଦରେ ବେଆଇନ ନିଯୁକ୍ତି ପ୍ରସଂଗକୁ ନେଇ ହୋଇଥିବା ଅଭିଯୋଗ ଉପରେ ଶୁଣାଣି କରି ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ସିଏସଆଇଆରକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ଯୁଗ୍ମ ସଂପାଦକ ତାପସ କୁମାର ଦ୍ବିବେଦୀଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଘନଶ୍ୟାମ ନାମତୋଆର ମାମଲା ପରିଚାଳନା କରୁଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଆଇଏମଏମଟି ନିର୍ଦ୍ଦେଶକ ନିଯୁକ୍ତି ପ୍ରସ˚ଗରେ ରିକ୍ରୁଟମେଣ୍ଟ ରୁଲ୍ସ ଫର୍‌ ଦି ପୋଷ୍ଟ ଅଫ୍‌ ଡାଇରେକ୍ଟର, ୨୦୦୮ର ଉଲ୍ଳ˚ଘନ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ବେଆଇନ ଭାବେ ନିର୍ଦ୍ଦେଶକଙ୍କ ପଦର କାର୍ଯ୍ୟକାଳ ଅବଧି ୬ ବର୍ଷ ବୃଦ୍ଧି ପାଇଁ ୨୦୧୧, ନଭେମ୍ବର ୨୮ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଇଏମଏମଟି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କୁ ସିଏସ୍‌ଆଇଆରରେ ସାଇଣ୍ଟିଷ୍ଟ-ଏଚ୍‌ ଭାବେ ଅବସ୍ଥାପିତ କରାଯାଇଥିଲା। ତାଙ୍କୁ ସାଇଣ୍ଟିଷ୍ଟ-ଇନ୍‌-ଡାଇରେକ୍ଟର ଗ୍ରେଡ୍‌ ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିବା ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା। ଆଇଏମଏମଟିର ପୃଷ୍ଠପୋଷକ କେନ୍ଦ୍ର ସରକାରଙ୍କ ସିଏସ୍‌ଆଇଆର ହୋଇଥିବା ବେଳେ ନିର୍ଦ୍ଦେଶକ ପଦରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ କର୍ତ୍ତୃପକ୍ଷ ସମସ୍ତ ନିୟମ ଉଲ୍ଲ˚ଘନ କରି ଅବସ୍ଥାପିତ କରିଥିଲେ ବୋଲି ଅଭିଯୋଗ କରି ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର