ନୀଳଗିରି/ଖନ୍ତାପଡ଼ା: ବାଂଲାଦେଶ ଦଙ୍ଗାର ପ୍ରଭାବ ପଶ୍ଚିମବଙ୍ଗ ସହ ଓଡ଼ିଶାରେ ଦେଖିବାକୁ ମିଳିଛି। ପ୍ରଭାବିତ ହୋଇଛନ୍ତି ୩୦୦ ଓଡ଼ିଆ। ସମସ୍ତେ ଆକ୍ରମଣର ଶିକାର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ଘରକୁ ଫେରିବାରେ ସକ୍ଷମ ହୋଇଛନ୍ତି। କିଛିଦିନ ହେଲା ବାଂଲାଦେଶରେ ଦଙ୍ଗା ଲାଗିରହିଛି। ସେଠାରେ ହିନ୍ଦୁମାନେ ବର୍ବରତାର ଶିକାର ହେଉଛନ୍ତି। ହିନ୍ଦୁ ମନ୍ଦିର ଭଙ୍ଗାରୁଜା ଓ ପୋଡ଼ାଜଳା କରାଯାଉଛି। ଏତିକିବେଳେ ଓଡ଼ିଶାରେ ବେଆଇନ ଭାବେ ରହି ବିଭିନ୍ନ ବ୍ୟବସାୟ କରୁଥିବା ବାଂଲାଦେଶୀମାନେ ବିରୋଧର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ବାଲାଂଦେଶ ଦଙ୍ଗାର ପ୍ରଭାବ ଓଡ଼ିଆଙ୍କ ଉପରେ ବି ପଡ଼ିଛି। ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ ଜଣ ରୋଗୀ ଓ ସେମାନଙ୍କ ସଂପର୍କୀୟ ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା କେଶପୁର ଥାନା ଅଧୀନ ଖଡ଼ିକା ଗ୍ରାମର ଜଣେ କବିରାଜଙ୍କ ନିକଟକୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ ଫେରିବା ବେଳେ ସ୍ଥାନୀୟ ଶତାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶା ଗାଡ଼ିଗୁଡ଼ିକୁ ଅଟକାଇବା ସହ ଭଙ୍ଗାରୁଜା କରିଥିଲେ। ଏମିତି କି ଓଡ଼ିଆ ରୋଗୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଗାଡ଼ି ଭଙ୍ଗାରୁଜା କଲେ
ଥାନା ଭିତରେ ଅନୁପ୍ରବେଶକାରୀ
ତତ୍ପରତା ଦେଖାଇଲେ ସାଂସଦ
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁକୁଳିଲେ
ସ୍ବତନ୍ତ୍ର ବସ୍ ଯୋଗେ ଘରକୁ ଫେରିଲେ
ଖବର ପାଇ କେଶପୁର ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଥାନା ନେଇଯାଇଥିଲା। ହେଲେ ଆକ୍ରମଣକାରୀମାନେ ଥାନା ଭିତରେ ପଶି ହୋହଲ୍ଲା କରିବାରୁ ସୁରକ୍ଷା ଦୃଷ୍ଟିରୁ ସେନା ସହାୟତାରେ ସେମାନଙ୍କୁ ନିକଟସ୍ଥ ଏକ ବନ୍ୟା ଆଶ୍ରୟସ୍ଥଳକୁ ନେଇ ସୁରକ୍ଷିତ ରଖାଯାଇଥିଲା। ଏନେଇ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ମିତ୍ରପୁର ଅଞ୍ଚଳର ସନ୍ଦୀପ ପାଣିଗ୍ରାହୀ, ମିଥୁନ ନାୟକ ଓ ଗଣେଶ ମହାପାତ୍ର ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଘଟଣା ବାବଦରେ ଫୋନ୍ରେ ଜଣାଇଥିଲେ। ସେହିପରି ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳର ସୁକାନ୍ତି ଜେନା, ସାବିତ୍ରୀ ଧିନ୍ଦା, ଚନ୍ଦ୍ରକାନ୍ତି ଜେନା, ଜାନକୀ ଜେନା, ଲତିକା ଦାସ, ମଞ୍ଜୁଲତା ଜେନା, ସ୍ନେହଲତା ମହାନ୍ତି, ଯଶୋଦା ଦାସ, ଜେମାମଣି ସେଠୀ, ନୀଳମଣି ଘଡ଼ିଆ, ଶାନ୍ତିଲତା ବିଶ୍ବାଳ ପ୍ରମୁଖ କୋହଭରା କଣ୍ଠରେ ସମସ୍ୟା ବଖାଣିଥିଲେ। ଫଳରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ତୁରନ୍ତ ପଶ୍ଚିମବଙ୍ଗ ଅଧିକାରୀମାନଙ୍କ ସହ କଥା ହୋଇଥିଲେ। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବି ଅବଗତ କରିଥିଲେ। ଶ୍ରୀ ମାଝୀ ସ୍ଥାନୀୟ ସେନା ଓ ପୁଲିସ ଅଧିକାରୀଙ୍କ ସହ କଥା ହୋଇଥିଲେ ଏବଂ ସମସ୍ତଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ। ଶେଷ ଖବର ଅନୁସାରେ; ସ୍ବତନ୍ତ୍ର ବସ୍ ଯୋଗେ ୩୦୦ ଜଣ ଯାକ ରୋଗୀ ଓ ସମ୍ପର୍କୀୟ ଘରକୁ ଫେରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/jdggjdgjgj.jpg)