କୃଷି ଆଇନକୁ କୃଷକଙ୍କ ଦେଶବ୍ୟାପୀ ବିରୋଧ : ରାଜ୍ୟର ବିଭିନ୍ନ ସ୍ଥାନରେ ’ଭାରତ ବନ୍ଦ’ ପାଳନ

ଭୁବ‌ନେଶ୍ୱର : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ‘ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାମଦଳ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ ଜାରି ରହିଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱର ରେଳ ଷ୍ଟେସନରେ ବାମଦଳଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଫଳରେ ଷ୍ଟେସନରେ ବହୁ ଦୂରଗାମୀ ଟ୍ରେନ୍‌ଗୁଡ଼ିକ ଅଟକି ରହିଛି। ଏଥିସହିତ ଗୁଣପୁର ଓଭର ବ୍ରିଜରେ ସିପିଆଇ(ଏମ୍‌) ପକ୍ଷରୁ ବନ୍ଦ ପାଳନ କରାଯାଇ ରାସ୍ତାରୋକ ଜାରି ରହିଛି। ଫଳରେ ରାଜପଥରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱରରେ ଭାରତ ବନ୍ଦ : ରାସ୍ତାରୋକ, ଅଟକି ରହିଛି ଶହଶହ ଗାଡ଼ି

ବାଲେଶ୍ବରରେ ଭାରତ ବନ୍ଦର ପ୍ରଭାବ : ବାମଦଳଗୁଡ଼ିକର ବିକ୍ଷୋଭ, ରାସ୍ତାଘାଟ ଶୂନଶାନ୍

ଭଦ୍ରକରେ ଭାରତ ବନ୍ଦର ପ୍ରଭାବ

ଦେବଗଡ଼ରେ ଭାରତ ବନ୍ଦର ପ୍ରଭାବ

କୋରାପୁଟରେ ଭାରତ ବନ୍ଦର ପ୍ରଭାବ

ଯାଜପୁରରେ ଭାରତ ବନ୍ଦର ପ୍ରଭାବ

ଢ଼େଙ୍କାନାଳରେ ଭାରତ ବନ୍ଦର ପ୍ରଭାବ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି କୃଷକ ସଂଗଠନ ତରଫରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଏହି ବନ୍ଦ ପାଳନ କରାଯିବ। ଢେଙ୍କାନାଳ ଜିଲ୍ଲା ଭୂବନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଭୂବନ କୃଷକ ବିକାଶ ତରଫରୁ ସ୍ଥାନୀୟ କାଳି ବଜାରଠାରେ ପ୍ରତିବାଦ କରାଯାଇଛି। କର୍ମୀମାନେ ଏକାଠି କୃଷି ଆଇନକୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିବା ପାଇିଁ ଦାବି କରିଛନ୍ତି। ଗାଡି,ମ ଟର ଚଳାଚଳ ବନ୍ଦ ରହିଥିବା ବେଳେ ସଂଗଠନର ସଦସ୍ୟମାନେ ବଜାର ସାରା ପିକେଟିଂ କରିବା ସହ ଦୋକାନ ଓ ବ୍ୟାଙ୍କ ଗୁଡିକୁ ବନ୍ଦ କରାଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାଶନ ତରଫରୁ ପ୍ରତ୍ୟେକ ଛକ ମାନଙ୍କରେ ପୁଲିସ ମୁତୟନ କରାଯାଇଛି।

କନ୍ଧମାଳରେ ଭାରତ ବନ୍ଦର ପ୍ରଭାବ

ନୂଆପଡ଼ାରେ ଭାରତ ବନ୍ଦର ପ୍ରଭାବ

ମୟୂରଭଞ୍ଜରେ ଭାରତ ବନ୍ଦର ପ୍ରଭାବ

ଗଜପତି‌ରେ ଭାରତ ବନ୍ଦର ପ୍ରଭାବ: ପାରଳାଖେମୁଣ୍ଡିରେ କଂଗ୍ରେସ, ବାମଦଳ ଏବଂ ଆମ ଆଦମୀ ପାର୍ଟିର ବନ୍ଦ ଡାକରା

ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ: କୁଚିଣ୍ଡାରେ ରାଜରାସ୍ତା ଉପରେ କଂଗ୍ରେସ ଓ ଚାଷୀ କର୍ମକର୍ତ୍ତା

ହୀରାକୁଦରେ ସମସ୍ତ ଦୋକାନ ବଜାର ଖୋଲା, ଭାରତ ବନ୍ଦର ପ୍ରଭାବ ଶୁନ୍ୟ

ଜମନକିରା ବ୍ଲକ ଛକରେ କଂଗ୍ରେସ ଓ ଚାଷୀ ସଂଗଠନର ରାସ୍ତା ରୋକ

ମିଳିଥିବା ସୂଚନା ଅନୁଯାୟୀ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। କିନ୍ତୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚକା‌ ଜାମ୍‌ ହେବ ବୋଲି ଜଣାଯାଇଛି। ଭାରତ ବନ୍ଦକୁ କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦକୁ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ସମାଜବାଦୀ ପାର୍ଟି, ବାମଦଳ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆସାମ ଗଣ ପରିଷଦ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଆମ୍‌ ଆଦ୍‌ମି ପାର୍ଟି, ଶିବସେନା ପ୍ରମୁଖ ରାଜନୈତିକ ଦଳମାନେ ସମର୍ଥନ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର