ଧାନ କିଣାରେ ବିଧାନସଭାର ନିଷ୍ପତ୍ତି ତୁରନ୍ତ ଲାଗୁ କର

ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବୈଠକ, ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ କମିଟି ଅଧ୍ୟକ୍ଷ

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟିର ଦଶମ ବୈଠକ ଆଜି ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଉପରେ ବି‌େଶଷ ଆଲୋଚନା ହେ‌ାଇଥିଲା। ଧାନ କିଣା ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ରଖି ଅଧ୍ୟକ୍ଷ ଶ୍ରୀ ମିଶ୍ର ଯୋଗାଣ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ବିଧାନସଭାର ନିଷ୍ପତ୍ତି ଅନୁଯାୟୀ ପଞ୍ଜୀକୃତ ଚାଷୀଙ୍କ ଟୋକନ୍‌ର ଅବଧି ଶେଷ ହୋଇଥିଲେ ମଧ୍ୟ ସେମାନଙ୍କ ପୁନର୍ବାର ଟୋକନ୍‌ ଦିଆଯାଉ। ଟୋକନ୍‌ ଥାଇ ଚାଷୀ ଧାନ ବିକ୍ରି ନ କରିପାରିବା ପାଇଁ ଯେଉଁ ସରକାରୀ ଅଧିକାରୀ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯେଉଁ ଚାଷୀ ଜାଲିଆତି କରି ଟୋକନ୍ ବିକିଥିବେ, ସେମାନଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।  ବଲାଙ୍ଗୀର ଡିଆର୍‌ସିଏସ୍‌ଙ୍କ ବିରୋଧରେ ଆସିଥିବା ଅନିୟମିତତା ଅଭିଯୋଗ ଉପରେ ଉପସ୍ଥିତ ରହି ପକ୍ଷ ରଖିବାକୁ ଷ୍ଟାଣ୍ଡିଂ କମିଟି ତାଙ୍କୁ ସମନ୍ କରିଥିଲା। ସେ ଆଜି କମିଟି ଆଗରେ ଉପସ୍ଥିତ ହୋଇଥିଲେ। ଅନିୟମିତତା ଅଭିଯୋଗର ପ୍ରମାଣ ମିଳିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଷ୍ଟାଣ୍ଡିଂ କମିଟି ବିଭାଗକୁ ସୁପାରିସ୍‌ କରିଥିଲା। ବୈଠକ‌େର ବିଧାୟକ ଅରବିନ୍ଦ ଢାଲି, ସତ୍ୟ ନାରାୟଣ ପ୍ରଧାନ, ଭାସ୍କର ମଢ଼େଇ, ମଞ୍ଜୁଳା ସ୍ବାଇଁ, ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବିଭାଗୀୟ ସଚିବ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀ ‌େଯାଗ ଦେଇଥିଲେ।

ସମ୍ବନ୍ଧିତ ଖବର