ଜିସିଇ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍ଥାୟୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ

ଆସନ୍ତା ୪ ମାସ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ

କେନ୍ଦୁଝର : କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ(ଜିସିଇ)ରେ ଠିକା ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡକ୍ଟର ବି.ଆର. ଷଡଙ୍ଗୀ ଏବଂ ଜଷ୍ଟିସ୍‌ ଭି. ନରସିଂହାଙ୍କ ଖଣ୍ଡପୀଠ ଠିକା ନିଯୁକ୍ତି ପାଇଥିବା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପିଟିସନର ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦୁଝର ସହର ଉପକଣ୍ଠ ଜାମୁନାଳିଆରେ ରହିଛି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)। ଏହି ମହାବିଦ୍ୟାଳୟ ଆରମ୍ଭ ସମୟରେ ସମସ୍ତ କର୍ମଚାରୀ ସମେତ ୧୭ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଥିଲା। ସେତେବେଳେ ସରକାରଙ୍କ ପକ୍ଷରୁ ଏହି ମହାବିଦ୍ୟାଳୟରେ ସ୍ଥାୟୀ ପଦବି ସୃଷ୍ଟି କରାଯାଇଥି‌ଲେ ବି କାହାକୁ ସ୍ଥାୟୀ ନିଯୁକ୍ତି ନ ଦେଇ କେବଳ ଠିକା ନିଯୁକ୍ତିରେ ମହାବିଦ୍ୟାଳୟର ପାଠପଢ଼ା ଆରମ୍ଭ କରିଥିଲେ। ଏହି ଠିକା ନିଯୁକ୍ତି ବେଳେ ମହାବିଦ୍ୟାଳୟର ବୋର୍ଡ ଅଫ ଗଭର୍ଣ୍ଣସଙ୍କ ଦ୍ବାରା ମନୋନୀତ ଏକ କମିଟି ଦ୍ବାରା ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତାକୁ ଭିତ୍ତି କରି ପ୍ରଥମେ ଲିଖିତ ଏବଂ ପରେ ମୌଖିକ ପରୀକ୍ଷା କରାଯାଇ ଏହି ଠିକା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ମହାବିଦ୍ୟାଳୟ‌ରେ ସ୍ଥାୟୀ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯିବା ବେଳେ ଏମାନଙ୍କ ଅଭିଜ୍ଞତା ଥିବା ସତ୍ତ୍ବେ ସରକାର ଏମାନଙ୍କୁ ଉଦ୍ଦିଷ୍ଟ ଥିବା ପଦବିରେ ନିଯୁକ୍ତି ଦେଇ ନ ଥିଲେ।

୨୦୧୧ ମସିହା ଏବଂ ପରବର୍ତ୍ତୀ ସମୟରେ ୨୦୧୪ ମସିହାରେ ଏହି ସ୍ଥାୟୀ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲେ ବି ଠିକା ନିଯୁକ୍ତ ଆସିଷ୍ଟାଷ୍ଟ ପ୍ରଫେସରଙ୍କୁ ସ୍ଥାୟୀ କରା ନଯିବାରୁ ଏହି ଆସିଷ୍ଟାଣ୍ଟ ପ୍ରଫେସରମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଡବ୍ଲ୍ୟପି(ସି) ନଂ-୧୮୬୫୯, ଡବ୍ଲ୍ୟପି(ସି) ନଂ-୧୮୬୬୦, ଡବ୍ଲ୍ୟପି(ସି) ନଂ-୧୮୬୬୧, ଡବ୍ଲ୍ୟପି(ସି) ନଂ-୩୧୨୩୧, ଡବ୍ଲ୍ୟପି(ସି) ନଂ-୨୭୯, ଡବ୍ଲ୍ୟପି(ସି) ନଂ-୧୯୮୯, ଡବ୍ଲ୍ୟପି(ସି) ନଂ-୧୯୯୯, ଡବ୍ଲ୍ୟପି(ସି) ନଂ-୨୦୦୧, ଡବ୍ଲ୍ୟପି(ସି) ନଂ-୨୦୦୩, ଡବ୍ଲ୍ୟପି(ସି) ନଂ-୨୦୦୪, ଡବ୍ଲ୍ୟପି(ସି) ନଂ-୨୦୦୫, ଡବ୍ଲ୍ୟପି(ସି) ନଂ-୨୦୦୬, ଡବ୍ଲ୍ୟପି(ସି) ନଂ-୨୦୮୭, ଡବ୍ଲ୍ୟପି(ସି) ନଂ-୨୦୯୦, ଡବ୍ଲ୍ୟପି(ସି) ନଂ-୨୦୯୩, ଡବ୍ଲ୍ୟପି(ସି) ନଂ-୨୧୩୯, ଡବ୍ଲ୍ୟପି(ସି) ନଂ-୨୨୦୯, ଡବ୍ଲ୍ୟପି(ସି) ନଂ-୩୪୭୦, ଡବ୍ଲ୍ୟପି(ସି) ନଂ-୩୫୮୧ ରେ ହାଇକୋର୍ଟରେ ମୋଟ ୧୯ଟି ମାମଲା ହୋଇଥିଲା।

ଜଷ୍ଟିସ ଡକ୍ଟର ବି. ଆର. ଷଡଙ୍ଗୀ ଏବଂ ଜଷ୍ଟିସ୍‌ ଭି. ନରସିଂହାଙ୍କ ଖଣ୍ଡପୀଠ ଏହି ସମସ୍ତ ମାମଲାର ଶୁଣାଣି କରିଥିଲା। ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଏହି ଠିକା ଆସିଷ୍ଟାଣ୍ଟ ପ୍ରଫେସରମାନେ ନିଯୁକ୍ତି ପାଇବା ଦିନଠାରୁ ସମସ୍ତ ପ୍ରକାର ଆର୍ଥିକ ଓ  ଅନ୍ୟ ସୁବିଧା ସୁଯୋଗ ସହିତ ସ୍ଥାୟୀ ନିଯୁକ୍ତି ଦେବାକୁ ଖଣ୍ଡପୀଠ ରାୟ ଦେଇଛନ୍ତି। ଆସନ୍ତା ୪ ମାସ ମଧ୍ୟରେ ଏହି ରାୟକୁ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ଗତ ଜୁଲାଇ ୧୨ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର