କଟକ: ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି)ର ବୈଠକରେ ନିର୍ବାଚନରେ କଳାଟଙ୍କା ପ୍ରସ˚ଗରେ ଆଲୋଚନା ହୋଇଛି। ଆଜି ଏସ୍ଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଉପାଧୢକ୍ଷ ଜଷ୍ଟିସ ଅରିଜିତ ପଶାୟତ ସୂଚନା ଦେଇ କହିଛନ୍ତି ଯେ ନିର୍ବାଚନରେ ଯେଉଁ ଟଙ୍କା ଖର୍ଚ୍ଚ ହେଉଛି ଓ ଯେଉଁ ଟଙ୍କା ଜବତ ହେଉଛି ସେ ବିଷୟରେ କଣ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଛି। ନିର୍ବାଚନ ସମୟରେ ସାରା ଦେଶରେ ପ୍ରାୟ ୩ ହଜାର ୮ଶହ କୋଟି ଟଙ୍କା ଧରା ପଡିଥିଲା। ଏହି ଟଙ୍କାକୁ କେମିତି ଭାବେ ଟ୍ୟାକ୍ସ ପରିସରଭୁକ୍ତ କରାଯାଇ ପାରିବ, ଯାହା ପାଖରୁ ଏପରି ଟଙ୍କା ଜବତ କରାଗଲା ସେ କେଉଁଠୁ ଏହାକୁ ଆଣିଥିଲେ, କାହା ପାଇଁ ରଖିଥିଲେ ସେ ନେଇ ଅନୁଧ୍ୟାନ କରାଯାଉଛି।କେତେକ ସ୍ଥାନରେ ନାର୍କୋଟିକ୍ସ ଡ୍ରଗ୍ସ, ହୀରା ଓ ମୂଲ୍ୟବାନ ପଥର ସହିତ କଳାଟଙ୍କା ଧରା ହୋଇଛି ବୋଲି ତଥ୍ୟ ମିଳିଛି। ତେବେ ଜବତ ଟଙ୍କାର ଉତ୍ସ ସମ୍ପର୍କରେ ତଦନ୍ତ କରାଯାଉଥିବା ବେଳେ ଏଭଳି କାରବାରକୁ ରୋକିବା ପାଇଁ ଆଇନେର ସଂଶୋଧନ ଆବଶ୍ୟକ ବୋଲି ଜଷ୍ଟିସ ପଶାୟତ କହିଛନ୍ତି।
କଳାଟଙ୍କା ଉପରେ ଅଙ୍କୁଶ ପାଇଁ ୨୦୧୫ରେ ଆସିଥିବା ଆଇନର ପ୍ରଭାବ ପଡିଛି। ବହୁ ଲୋକ ଟ୍ୟାକ୍ସ ନ ଦେଇ ବାହାରେ ସଂପତ୍ତି ରଖୁଥିଲେ। ସେ ବିଷୟରେ ସେମାନେ ଟିଟର୍ଣ୍ଣରେ ଦର୍ଶାଉ ନଥିଲେ। ନୂଆ ଆଇନର ପ୍ରଭାବ ପଡିଛି। କେତେକ ମାମଲା ରୁଜୁ ହୋଇଛି। ଏବେ ଏହି ଆଇନ ଏକ ବଡ ଅସ୍ତ୍ର ହୋଇଛି ଏପରି ସଂପତ୍ତିକୁ ଟ୍ୟାକ୍ସ ପରିସରକୁ ଆଣିବାକୁ। କଳାଟଙ୍କା କାରବାର ମାମଲାରେ କେବଳ ଅର୍ଥଦଣ୍ଡ ଦେଇଦେଲେ ବିଶେଷ ପ୍ରଭାବ ପଡିବ ନାହିଁ। ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ସହିତ ଜେଲ ଦଣ୍ଡ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯିବା ଉଚିତ। ଜେଲ ଦଣ୍ଡ ବ୍ୟବସ୍ଥା ଏପରି କାର୍ଯ୍ୟରୁ ନିବୃତ୍ତ କରିବ। ଏଥି ସହିତ ସ୍ପେଶାଲ କୋର୍ଟ ଦରକାର ଏପରି ଅପରାଧିକ ମାମଲାର ବିଚାର ପାଇଁ। ପ୍ରାୟ ୧୫/୧୬ ହଜାର କେସ୍ ୧୦/୧୨ ବର୍ଷ ହେଲା ବିଚାରାଧୀନ ରହିଛି। ତ୍ବରିତ ବିଚାର ପାଇଁ ଅଧିକ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଏସଆଇଟି ପୂର୍ବରୁ ପରାମର୍ଶ ଦେଇଥିଲା ଓ ପରବର୍ତ୍ତୀ ରିପୋର୍ଟରେ ମଧ୍ୟ ଏହି ପ୍ରସଂଗରେ ଉଲ୍ଲେଖ କରାଯିବ।
ଆସନ୍ତା ଦୁଇ ମାସ ମଧ୍ୟରେ ଏସଆଇଟି ସୁପ୍ରିମକୋର୍ଟରେ ସପ୍ତମ ଅନ୍ତରୀଣ ରିପୋର୍ଟ ଦାଖଲ କରିବ। ଆୟର ଉତ୍ସ ନ ଦେଖାଇ ପାରିଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ରହିଛି। ପୂର୍ବରୁ ସୁଇସ୍ ବ୍ୟାଙ୍କରୁ ତଥ୍ୟ ମିଳୁ ନଥିଲା। ଏବେ ନୂଆ ଚୁକ୍ତି ଅନୁସାରେ ସୁଇସ୍ ବ୍ୟାଙ୍କ୍ ସୂଚନା ପ୍ରଦାନ କରୁଛି। ଓଡ଼ିଶାରେ ସିବିଆଇ କେତେକ ମାମଲାର ତଦନ୍ତ କରୁଥିବା ବେଳେ ଇଡି କେତେକ ନୂଆ କେସ୍ କରିଛି। ମାଇକ୍ରୋ ଫାଇନାନ୍ସ ଲିମିଟେଡର ୯୦ ଲକ୍ଷ ଟଙ୍କାର ସଂପତ୍ତି ଇଡି ଆଟାଚ କରିଛି। ଏଭଳି ମାମଲା ଗୁଡିକ ସଂପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଇଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଷ୍ଟିସ ପଶାୟତ ସୂଚନା ଦେଇଛନ୍ତି।
ଏସ୍ଆଇଟି ଉପାଧୢକ୍ଷ ଜଷ୍ଟିସ୍ ପଶାୟତଙ୍କ ଅଧୢକ୍ଷତାରେ ତାଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ବିଭିନ୍ନ ବିଭାଗ ଓ ତଦନ୍ତକାରୀ ଏଜେନ୍ସୀର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗ ପକ୍ଷରୁ କଳାଧନ ପ୍ରସ˚ଗରେ କରାଯାଇଥିବା ତଦନ୍ତ ଓ ଅନୁସନ୍ଧାନ ସ˚ପର୍କିତ ଅପଡେଟ୍ ଷ୍ଟାଟସ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଅନୁଷ୍ଠିତ ଏହି ବୈଠକରେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏଏମ ପ୍ରସାଦ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବାଞ୍ଚଳ ସ୍ୱତନ୍ତ୍ର ନିର୍ଦ୍ଦେଶକ ଯୋଗେଶ ଗୁପ୍ତା, ଓଡିଶା ଶାଖା ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର, ଡିଜିପି ଡାକ୍ତର ଆର.ପି. ଶର୍ମା, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି, ସିଟି ଆଣ୍ଡ ଜିଏସଟି ଅତିରିକ୍ତ ସଚିବ(ଓଡ଼ିଶା) ଏମ. ବି. ଆଚାର୍ଯ୍ୟ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର. କେ. ଶର୍ମାଙ୍କ ସହିତ ଆୟକର ବିଭାଗ, ସେଣ୍ଟ୍ରାଲ ଏକ୍ସାଇଜ୍ ଓ କଷ୍ଟମ୍ସ, ଆଇବିଏମ୍, ବାଣିଜ୍ୟକର ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।