ପୁଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ : ୧୮ରୁ ଖୋଜାହେବେ ନିଖୋଜ ଶିଶୁ

କଟକ : ରାଜ୍ୟରେ ଶିଶୁ ନିଖୋଜ ପ୍ରସ˚ଗ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଏଥିପାଇଁ ନିଖୋଜ ହୋଇଥିବା ଶିଶୁଙ୍କୁ ଖୋଜିବ ଓଡ଼ିଶା ପୁଲିସ। ଆସନ୍ତା ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଡ୍ରାଇଭ୍‌ କରାଯିବ। ଏହି ଡ୍ରାଇଭ୍‌ରେ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇ ପରିବାର ଲୋକଙ୍କ ଜିମା ଦିଆଯିବ। ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଆଜି ପୁଲିସ ଡିଜି ଅଭୟ ନେଇଛନ୍ତି।

ସୂଚନା ଅନୁଯାୟୀ, ଡିଜି ଅଭୟ ଆଜି ଅପରାହ୍ନରେ ସମସ୍ତ ଜିଲ୍ଲା ଏସ୍‌ପି, କଟକ ଓ ରାଉରକେଲାର ରେଳବାଇ ଏସପି, ଡିସିପି କଟକ ଓ ଭୁବନେଶ୍ବରଙ୍କ ସମେତ ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିଙ୍କୁ ନେଇ ଭିଡିଓ କନଫରେନ୍ସି˚ରେ ଆଲୋଚନା କରିଥିଲେ। ଏଥିରେ ଶିଶୁ ନିଖୋଜ ସମେତ ସାଇବର ଅପରାଧର ପଠ୍ୟଖସଡ଼ା ପାଇଁ ପଞ୍ଜୀକରଣ ଓ ଅଧ୍ୟୟନ ପୁଲିସ ଅଧିକାରୀ ଅନ୍‌ଲାଇନ ମାଧ୍ୟମରେ କିଭଳି କରିବେ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆସନ୍ତା ୧୧ ତାରିଖରୁ ୧୭ ତାରିଖ ମଧ୍ୟରେ ଯୁଗ୍ମ ତଦନ୍ତ ରିପୋର୍ଟ ବାବଦରେ ସ୍ବତନ୍ତ୍ର ଅଭିଯାନ କରାଯିବ। ଥାନାଗୁଡ଼ିକ ବର୍ଗୀକରଣ ପ୍ରସ˚ଗ ଡିଜି ଆଲୋଚନା କରିଥିଲେ। ଅନଲାଇନ୍‌ ମାଧ୍ୟମରେ ପୁଲିସ କର୍ମଚାରୀଙ୍କ ଅଭିଯୋଗର ସମାଧାନ କିଭଳି କରାଯାଇପାରିବ, ସେ ସମ୍ପର୍କରେ ଜିଲ୍ଲା ଏସପିଙ୍କୁ କୁହାଯାଇଥିଲା। ଅନେକ ଥାନାରେ ଗ୍ରାମାଞ୍ଚଳ ସ୍ତରରେ ସିସି କ୍ୟାମେରା ଅକାମି ହୋଇପଡ଼ିଛି। ଏଥିପାଇଁ ହାଜତ ମୃତ୍ୟୁ ପ୍ରସ˚ଗରେ ପୁଲିସ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ସମ୍ଭବପର ହେଉନାହିଁ। ଏଥିପାଇଁ ସିସି କ୍ୟାମେରା ବ୍ୟବସ୍ଥା କିଭଳି ଅଧିକ କଡ଼ାକ଼ଡ଼ି ହୋଇପାରିବ, ସେ ନେଇ ଗୁରୁତ୍ବାରୋପ କରିଛନ୍ତି ଡିଜି। ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ୪୦ ବର୍ଷରୁ ଅଧିକ ପୁଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସିସିଟିଏନଏସ୍‌ ମାଧ୍ୟମରେ ଜିଲ୍ଲା ପୁଲିସର ମାସିକ ଅପରାଧ ସମୀକ୍ଷା କରିବ ପୁଲିସ ବିଭାଗ। ପୁଲିସ କର୍ମଚାରୀଙ୍କୁ ପୋଷାକ ସାମଗ୍ରୀ ପ୍ରଦାନ ପରିବର୍ତ୍ତେ ପୋଷାକ ଭତ୍ତା ପ୍ରଦାନ ପ୍ରସ˚ଗ ଆଲୋଚନା କରିଥିଲେ ଡିଜି। ଏହି ବୈଠକରେ ପୁଲିସ କମିସନର ଡକ୍ଟର ସୁଧା˚ଶୁ ଷଡଙ୍ଗୀଙ୍କ ସମେତ ରେଳବାଇ ଏଡିଜି, ଏସସିଆରବି ନିର୍ଦ୍ଦେଶକ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର