ଶ୍ରୀମନ୍ଦିର ଢାଞ୍ଚାରେ କଣ୍ଟିଲୋସ୍ଥିତ ନୀଳମାଧବ ମନ୍ଦିରର ଉନ୍ନତୀକରଣ ହେବ। ଏନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ମନ୍ଦିର ସେବାୟତ, ସ୍ଥାନୀୟ ଲୋକ ଦାବି କରିଆସୁଥିଲେ। ଏଭଳି ସ୍ଥିତିରେ ଏପ୍ରିଲ ମାସରେ ଫାଇଭ୍‌-ଟି ସଚିବ ଭିକେ ପାଣ୍ଡିଆନ୍‌ ନୀଳମାଧବ ମନ୍ଦିର ପରିଦର୍ଶନରେ ଆସିଥିଲେ। ମନ୍ଦିରର ଉନ୍ନତୀକରଣ ନେଇ ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ, ଉନ୍ନତୀକରଣ ନେଇ କାମ ଜାରି ରହିଛି।