ବାଲେଶ୍ବର: ବାହାନଗାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଜେଡ଼ି ନେତା କଲେ ଭି.କେ ପାଣ୍ଡିଆନ ଗୁରୁବାର ପ୍ରଚାର କରିଛନ୍ତି । ଭୋଟ୍ ମାଗିବା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ପାଣ୍ଡିଆନ୍ କହିଛନ୍ତି, କେନ୍ଦ୍ରରେ ଥିବା ବିଜେପି ସରକାର କହିଥିଲେ, ଆମ ସରକାର କ୍ଷମତାକୁ ଆସିଲେ ଦରଦାମ୍ କମ୍ କରିବୁ । ପେଟ୍ରୋଲ୍ ଡିଜେଲ୍ ଓ ଏଲପିଜି ଦର କମ୍ କରିବୁ । ଯୁବବର୍ଗଙ୍କୁ ରୋଜଗାର ଦେବୁ ।

Advertisment

କିନ୍ତୁ ପ୍ରତିଶ୍ରୁତି ପୂରଣ କଲେ ନାହିଁ। ବିଜେପି କେନ୍ଦ୍ରୀୟ ନେତା ୫ବର୍ଷକୁ ଥରେ ଆସି ଭୋଟରଙ୍କୁ ଭ‌ୋଟ ମାଗୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଓଡିଶାବାସୀଙ୍କ ଦୁଃଖସୁଖରେ ଛିଡା ହୋଇଛନ୍ତି ।

ନୂଆ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଯୁବପୀଢିଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚାହାନ୍ତି । ଯୁବପୀଢି ଆଗକୁ ବଢିଲେ ରାଜ୍ୟ ଓ ଦେଶ ଆଗକୁ ବଢିବ, ଏହା ଆମ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ବୋଲି ପାଣ୍ଡିଆନ କହିଛନ୍ତି।