ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ୍ର ୫ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବ୍ରହ୍ମପୁର ଏସପି ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେ କରିଥିବା ଟୁଇଟ ଅନୁସାରେ ପୁଲିସ୍ ବିଭାଗର ୫ ଜଣ କୋଭିଡ୍ ଯୋଦ୍ଧା କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏଥି ସହ ସେ ସୂଚନା ଦେଇଛନ୍ତି କି ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି ।
/sambad/media/post_attachments/wp-content/uploads/2020/07/WhatsApp-Image-2020-07-02-at-11.22.29-PM-750x430.jpeg)
ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୫ ଜଣ କରୋନା ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ୫ ଜଣ ପୁଲିସ୍ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଏସପି ସୂଚନା ଦେଇଛନ୍ତି । ଏହା ସହ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ହଜାର ପାର୍ ହେବା ସହ ରାଜ୍ୟରେ ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/EVutg0rVcAAW4hg.jpg)