ବ୍ରହ୍ମପୁରରେ ୫ କୋଭିଡ୍‌ ଯୋଦ୍ଧା ସଂକ୍ରମିତ

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ୍‌ର ୫ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବ୍ରହ୍ମପୁର ଏସପି ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେ କରିଥିବା ଟୁଇଟ ଅନୁସାରେ ପୁଲିସ୍‌ ବିଭାଗର ୫ ଜଣ କୋଭିଡ୍‌ ଯୋଦ୍ଧା କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏଥି ସହ ସେ ସୂଚନା ଦେଇଛନ୍ତି କି ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି ।

ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୫ ଜଣ କରୋନା ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ୫ ଜଣ ପୁଲିସ୍ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଏସପି ସୂଚନା ଦେଇଛନ୍ତି । ଏହା ସହ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା  ଦେଢ଼ ହଜାର ପ‌ାର୍‌ ହେବା ସହ ରାଜ୍ୟରେ ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର