ବ୍ରହ୍ମପୁରରେ ୯ କୋଭିଡ୍‌ ଯୋଦ୍ଧା ସଂକ୍ରମିତ

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ୍‌ର ୯ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବ୍ରହ୍ମପୁର ଏସପି ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେ କରିଥିବା ଟୁଇଟ ଅନୁସାରେ ପୁଲିସ୍‌ ବିଭାଗର ୯ ଜଣ କୋଭିଡ୍‌ ଯୋଦ୍ଧା କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏଥି ସହ ସେ ସୂଚନା ଦେଇଛନ୍ତି କି ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ୩ ଜଣ କରୋନା ସଂକ୍ରମିତ ହୋଇଥିବା ସହ ବର୍ତ୍ତମାନ ୯ ଜଣ ପୁଲିସ୍ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସହ ଗଞ୍ଜାମ ଜିଲ୍ଲା ରାଜ୍ୟରେ ସଂକ୍ରମଣରେ ପ୍ରଥମ ସ୍ଥାନରେ ଅଛି ।

 ରାଜ୍ୟରେ ଆଜି ସକାଳେ ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୪ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ ଥିବା ଜଣାଯାଇଛି। ଆଜି ୨୨ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର