ଭୁବନେଶ୍ବର: ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପୁରୁଣା ବିଦ୍ୟୁତ ବିତରଣ ଭିତ୍ତିଭୂମିର ଉନ୍ନତୀକରଣ କାର୍ଯ୍ୟ ଜାରି ରଖିଛି। କଟକ ବିଦ୍ୟୁତ ସର୍କଲ୍ ଅଞ୍ଚଳରେ ଥିବା ୫ଟି ଡିଭିଜନର କମ୍ ଉଚ୍ଚତା ବିଶିଷ୍ଟ, ପୁରୁଣା ଓ ତ୍ରୁଟିପୂର୍ଣ୍ଣ ୬ ହଜାର ବିଦ୍ୟୁତ ଖୁଣ୍ଟକୁ ବଦଳାଇ ନୂଆ ସ୍ଥାପନ କରାଯାଇଛି। ବିଦ୍ୟୁତ ଯୋଗାଣର ଏକ ସୁରକ୍ଷିତ ନେଟୱର୍କ ନିଶ୍ଚିତ କରିବା ଲାଗି ପ୍ରାୟ ୩୭୦୦ଟି ବଙ୍କା ହୋଇଯାଇଥିବା ଖୁଣ୍ଟକୁ ସିଧା କରାଯାଇଛି। ୫୦୦ରୁ ଅଧିକ ଦ୍ୱୈତ ଖୁଣ୍ଟ ଢାଞ୍ଚା ସ୍ଥାପନ କରାଯାଇଛି। ୧୬୯ଟି ଫିଡର୍ରେ ବିଦ୍ୟୁତ ନେଟ୍ୱର୍କ ସୁଦୃଢ଼ୀକରଣ କରାଯାଇଛି। ବିଭିନ୍ନ ଡିଭିଜନ୍ ଅଧୀନରେ ଥିବା ନହଲପୁର, ରାମକୁମାରପୁର ଓ ଆୟାଦପୁର ଫିଡର ଏହି ଅଞ୍ଚଳରେ ଜଳସେଚନ ଓ କୃଷି କାର୍ଯ୍ୟ ପାଇଁ ବଡ଼ ଧରଣରେ ଉପଯୁକ୍ତ ବିଦ୍ୟୁତ ଯୋଗାଣ କରିବାରେ ସହାୟକ ହୋଇପାରିଛି। ଟିପିସିଓଡିଏଲ୍ ପକ୍ଷରୁ ୯୬ ବିତରଣ ସବଷ୍ଟେସନକୁ ମରାମତି କରାଯାଇଛି। ଏହି ସର୍କଲର ବିଭିନ୍ନ ସ୍ଥାନରେ ୬୭ ନୂଆ ୧୧ କେଭି ଏବି ସ୍ୱିଚ୍ ସ୍ଥାପନ କରାଯାଇଛି। ଲୋକମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଆଧାରରେ ଖୋଲା ଟ୍ରାନ୍ସଫର୍ମର ଷ୍ଟେସନର ୨୪୦ଟି ସ୍ଥାନରେ ବାଡ଼ ଦିଆଯାଇଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।
କଟକ ଜିଲ୍ଲାରେ ବଦଳିଲା ୬ ହଜାର ପୁରୁଣା ଖୁଣ୍ଟ, ୬୭ ନୂଆ ୧୧କେଭି ଏବି ସ୍ବିଚ୍
/sambad/media/post_attachments/wp-content/uploads/2022/03/fh56sf465hf4f65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)