ଯାଜପୁରସଦର: ଚଳିତ ବର୍ଷ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ଯାଜପୁର ଜିଲ୍ଲାରେ ପାସହାର ୯୨.୬୧ ପ୍ରତିଶତ ରହିଛି। ଗତବର୍ଷ ତୁଳନାରେ ଏଥର ଏ-୧ (୯୦ ପ୍ରତିଶତ ଉପରେ) ମାର୍କ ହାର ବୃଦ୍ଧି ପାଇଛି। ଯାଜପୁର ଜିଲ୍ଲା‌ରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବା ପାଇଁ ୪୪୩ ସ୍କୁଲରେ ୨୬୩୫୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିରୁ ବିଭିନ୍ନ କାରଣରୁ ୧୫୬୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ଏହି ପରୀକ୍ଷାରେ ମାତ୍ର ଜଣେ ଛାତ୍ର କପି କରି ଧରାପଡ଼ିଥିଲେ। ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ଏ-୧ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଛି। ଏହାକୁ ନେଇ ବିଭିନ୍ନ ମହଲରେ ଉତ୍ସାହ ପ୍ରକାଶ ପାଇଛି। ପୂର୍ବରୁ ବିଭିନ୍ନ ବର୍ଷରେ ଏ-୧ ସଂଖ୍ୟା ୧୨୦ ଭିତରେ ସୀମିତ ରହୁଥିବା ବେଳେ ଚଳିତବର୍ଷ ତାହା ୪୭୧କୁ ବୃଦ୍ଧି ପାଇଛି।

Advertisment

ଏ-୨ରେ ୩୩୫୨ ଜଣ, ବି-୧ରେ ୬୫୯୬ ଜଣ, ବି-୨ରେ ୬୩୪୩ ଜଣ, ସି-ରେ ୪୩୫୪, ଡି-ରେ ୨୪୫୨ ଜଣ, ଇ-ରେ ୮୩୫ ଓ ଏଫ୍ ଗ୍ରେଡ୍‌ରେ ୩୮୬ ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ହଜାର ୩୧୧ ଜଣ ଛାତ୍ର ଥିବାବେଳେ ୧୨ ହଜାର ୯୨ ଜଣ ଛାତ୍ରୀ ରହିଛନ୍ତି। ମୋଟ ୨୪୪୦୩  ଜଣ ପାସ କରିଥିବା ଜଣାଯାଇଛି। ଯାହାକି ୯୨.୬୧ ପ୍ରତିଶତ ଫଳ ରହିଥିବା ଜଣାଯାଇଛି। ଅନ୍ୟପଟେ ଜିଲ୍ଲାର ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମାନ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହେଲେ ଦୁଇ ଭଉଣୀ

publive-image

ଚଣ୍ଡିଖୋଲ: ଚଳିତ ମାଟ୍ରିକ ପରୀକ୍ଷାରେ ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ବାଲିଚନ୍ଦ୍ରପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ପାୟଲ ଦାଶ ଓ ପ୍ରତୀକ୍ଷା ଦାଶ ଦୁଇ ଭଉଣୀ ସମାନ ନମ୍ବର ରଖି ଏ-୧ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ଭଉଣୀ ୫୫୧ ଲେଖାଏଁ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ପାୟଲ ଭବିଷ୍ୟତରେ ଆଇଏଏସ୍‌ ହେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ପ୍ରତୀକ୍ଷା ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦୁଇଭଉଣୀ ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ବରଦା ଗ୍ରାମର ସରକାରୀ ଓକିଲ ପ୍ରକାଶ ଦାଶ ଓ ଗୃହିଣୀ କଳ୍ପନା ଦାଶଙ୍କ ଝିଅ।

ଯାଜପୁର ଜିଲ୍ଲା ଟପ୍ପର ନୀହାରିକାଙ୍କ ଆଇଏଏସ ହେବାକୁ ଲକ୍ଷ୍ୟ

publive-image

ବରୀ: ବରୀ ବ୍ଲକର ମହେଶ୍ବର ମଲ୍ଲ ହାଇସ୍କୁଲର ଛାତ୍ରୀ ନୀହାରିକା ଦାସ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୯୦ ନମ୍ବର ରଖି ଯାଜପୁର ଜିଲ୍ଲା ଟପର ହୋଇଛନ୍ତି। ପିତା ନିର୍ମଳ କୁମାର ଦାସ ଓ ମାତା ଲକ୍ଷ୍ମୀପ୍ରିୟା ଦାସଙ୍କ କନ୍ୟା ନିହାରୀକା ଭବିଷ୍ୟତରେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ବିଦ୍ୟାଳୟରେ ପାଠ ପଢ଼ିବା ସମୟକୁ ବାଦ୍‌ ଦେଲେ ଘରେ ୭/୮ଘଣ୍ଟା ପରିଶ୍ରମ କରୁଥିଲେ। ଏହି ସଫଳତାର ଶ୍ରେୟ ସେ ତାଙ୍କ ପିତାମାତା, ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ ଟିଉସନ ଶିକ୍ଷକଙ୍କୁ ଦେଇଛନ୍ତି। ଏହି ବିଦ୍ୟାଳୟରୁ ୩୦ ଜଣ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଅର୍ଚ୍ଚିତା ଶିକ୍ଷୟିତ୍ରୀ ହେବେ

publive-image

ବିଂଝାରପୁର ବ୍ଲକ ସିଂହପୁର ସ୍ଥିତ ସରସ୍ଵତୀ ଶିଶୁମନ୍ଦିରର ଛାତ୍ରୀ ଅର୍ଚ୍ଚିତା ସାହୁ ୫୭୩ ନମ୍ଵର ରଖି ଏ-୧ ସ୍ଥାନ ଅଧିକାର କରି ସଫଳତା ପାଇଛନ୍ତି। ସେ ଦିନକୁ ୧୪ ଘଣ୍ଟା ପରିଶ୍ରମ କରୁଥିଲେ। ତାଙ୍କ ବାପା ବିଂଝାରପୁର ବ୍ଲକ ନେମରା ଗ୍ରାମର ମାନସ ରଂଜନ ସାହୁ ଜଣେ ବ୍ୟବସାୟୀ ଓ ମା ମାନସୀ ସାହୁ ଗୃହିଣୀ। ଅର୍ଚ୍ଚିତା ଭବିଷ୍ୟତରେ ଜଣେ ଦକ୍ଷ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।