କେନ୍ଦ୍ରାପଡ଼ାରେ ଗଣେଶ୍ବରଙ୍କୁ ନେଇ ବିଜେଡ଼ି ଦୁଇଫାଳ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧନାସଭା ଆସନ ନେଇ ଏବେ ରାଜନୀତି ରୋଚକ ହେବାରେ ଲାଗିଛି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଦଳ ବଦଳ କରି ବିଜେଡିରେ ଯୋଗଦେବା ପରେ ଶାସକ ଦଳରୁ ଗଣେଶ୍ୱରଙ୍କୁ ବିଧାୟକ ପ୍ରାର୍ଥୀ ନ କରିବା ଦାବିରେ ଦଳୀୟ ଆଶାୟୀ ପ୍ରାର୍ଥୀ ଏକାଠି ହୋଇ ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ଦେଇଛନ୍ତି।

ବିଜେଡି ଏଠାରେ ଗଣେଶ୍ୱରଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦେଲେ ବିଜେଡିରୁ ଏକ ବଡ ଅଂଶ ଭାଜପା ଓ କଂଗ୍ରେସ ଆଡକୁ ମୁହାଁଇବାର ଆଶଙ୍କା ରହିଥିବାବେଳେ ପ୍ରାର୍ଥୀ ଆଶାୟୀ ସିପ୍ରା ମଲ୍ଲିକ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି। ଫଳରେ କେନ୍ଦ୍ରାପଡ଼ା ବିଜେଡ଼ି ଦୁଇଫାଳ ହୋଇଛି।

ସମ୍ବନ୍ଧିତ ଖବର