ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ତରଫରୁ ଘନ ଘନ ଚଢାଉ କରାଯାଇ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ଏହି କ୍ରମରେ ଆଜି ପୁଣି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଲାମ୍ବାସିଂ ଏବଂ ରାଙ୍ଗନିଗୁଡା ଗ୍ରାମରେ ଲଗାଯାଇଥିବା ପ୍ରାୟ ୧୨୦ ଏକର ସରକାରୀ ଜମିର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଏହି ସରକାରୀ ଜମିରେ ପ୍ରାୟ ୧ ଲକ୍ଷ ୮୦ ହଜାର ଗଞ୍ଜେଇ ଗଛ ଲଗାଯାଇଥିଲା। ସମସ୍ତ ଗଛକୁ କାଟି ନିଆଁ ଲଗାଇ ପୋଡି ଦିଆଯାଇଛି। ଲଗାତାର ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନାର ପୁଲିସ ଗଞ୍ଜେଇ ଗଛ ନଷ୍ଟ କରିବାରେ ସଫଳତା ହାସଲ କରିଚାଲିଛନ୍ତି।
ବିଶେଷକରି ଚିତ୍ରକୋଣ୍ଡା ଅଞ୍ଚଳରେ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ କରାଯାଉଥିବାରୁ ପୁଲିସ ତରଫରୁ ଚଢାଉ କରାଯାଇ ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି। ଆଜି ପ୍ରାୟ ୧୮ କୋଟି ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା କୁହାଯାଇଛି। ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା ଅଞ୍ଚଳରେ ଗଞ୍ଜେଇ ଚାଲାଣକୁ ରୋକାଯାଉଥିବା ବେଳେ ଏବେ ଗଞ୍ଜେଇ ଗଛକୁ ନଷ୍ଟ କରିବାରେ ସଫଳ ହେଉଛନ୍ତି। ଆଗାମୀ ଦିନରେ ମଧ୍ୟ ସମସ୍ତ ଗଞ୍ଜେଇ ଗଛକୁ ନଷ୍ଟ କରାଯିବ ବୋଲି ଶ୍ରୀ ଦ୍ବିବେଦୀ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Mkg-Ganja-tree-destroyed.jpg)