ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୪୧ଟି ପଞ୍ଚାୟତ ମଧ୍ୟରୁ କଟକ ସଦର ନିର୍ବାଚନମଣ୍ତଳୀରେ ୧୪ଟି ପଞ୍ଚାୟତ ଥିଲା ବେଳେ ମାହାଙ୍ଗା ନିର୍ବାଚନମଣ୍ତଳୀରେ ୨୭ଟି ପଞ୍ଚାୟତ ରହିଛି। ଗତ ନିର୍ବାଚନରେ ଏହି ଦୁଇଟି ନିର୍ବାଚନମଣ୍ତଳୀ ବିଜେଡି ହାତରୁ ଖସିଯାଇଛି। ମାହାଙ୍ଗାରେ ସ୍ବାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ ବିଜୟ ହୋଇଥିଲା ବେଳେ କଟକ ସଦରରେ ବିଜେପିର ଇଂ. ପ୍ରକାଶ ଚନ୍ଦ୍ର ସେଠୀ ବିଜୟୀ ହୋଇଛନ୍ତି। ବିଜେଡିକୁ ଅଧିକ ଦୁର୍ବଳ କରିବା ନିମନ୍ତେ ମାହାଙ୍ଗା ବିଧାୟକ ସାରଦା ଗୋଟିଚାଳନା କରିଛନ୍ତି। ଆଜି କୁଳିଆସ୍ଥିତ କାର୍ଯ୍ୟାଳୟରେ ଯୁବନେତା ଦେବଦତ୍ତଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ମାହାଙ୍ଗା ନିର୍ବାଚନମଣ୍ତଳୀର ୬ଜଣ ସରପ‌ଞ୍ଚ ଓ ୫ଜଣ ସମିତିସଭ୍ୟ ବିଜେଡି ଛାଡ଼ି ବିଧାୟକ ସାରଦାଙ୍କ ହାତ ଧରିଛନ୍ତି।

Advertisment

ଫୋଗଳ ସରପ‌ଞ୍ଚ ବୈଷ୍ଣବ ଚରଣ ସାମଲ, ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର, ନରେନ୍ଦ୍ରପୁର ସରପଞ୍ଚ ନମିତା ରାୟ, ସମିତି ସଭ୍ୟ ପ୍ରଫୁଲ ସାହୁ, କେରିଲୋ ସରପଞ୍ଚ ଶୁଭ୍ରା ମହାନ୍ତି, ସମିତି ସଭ୍ୟା ସୌରପ୍ରଭା ଜଗଦେବ, ନଗସପୁର ସରପଞ୍ଚ ପୁଷ୍ପଲତା ମଲିକ, କଟିକଟା ସରପଞ୍ଚ ଚିତ୍ତରଞ୍ଜନ ମଲିକ, ସୁକରପଡା ସରପଞ୍ଚ ମନୋଜ କୁମାର ମଲିକ, ଜମରା ସମିତି ସଭ୍ୟା ମେନକା ବଳ, ଜୟରାମପୁର ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଦାସଙ୍କ ସହ ସେମାନଙ୍କ ସମର୍ଥକମାନେ ବିଜେଡି ଛାଡି ବିଧାୟକ ସାରଦା ପ୍ରଧାନଙ୍କ ଶିବିରରେ ଯୋଗ ଦେଇଥିଲେ। ବିଧାୟକ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।