କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା (ଅ‌ଷ୍ଟମ ଷ୍ଟାଣ୍ଡାର୍ଡ) ଓ ଏକକ ଓଡ଼ିଆ ଭାଷା ପରୀକ୍ଷା(ଦଶମ ଷ୍ଟାଣ୍ଡାର୍ଡ) ଚଳିତ ମାସ ୧୨ତାରିଖ ଦିନ ରାଜ୍ୟର ୨୩ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରଥମ ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା ପାଇଁ ୮୦୭ ଜଣ ଫର୍ମପୂରଣ କରିଛନ୍ତି। ଏହାର ଲିଖିତ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ମୌଖିକ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ। ସେହିପରି ଏକକ ଓଡ଼ିଆ ଭାଷା ପରୀକ୍ଷା ପାଇଁ ୨୪୦୫ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ଏହି ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୦.୩୦ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ କାର୍ଡ ଆସନ୍ତା ୭ତାରିଖରୁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍‌ଧ ହେବ ଓ ପରୀକ୍ଷାର୍ଥୀମାନେ ତାହା ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Advertisment