ଗ୍ରୀଷ୍ମ ପ୍ରକୋପ: ଶ୍ରେଣୀ ଗୃହରେ ବେହୋସ୍ ହେଲେ ତୃତୀୟ ଶ୍ରେଣୀ ଛାତ୍ର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ବର୍ତ୍ତମାନ  ବୈଶାଖ ମାସର ଖରା ର ରାଜୁତି ଚାଲିଛି . ପାଖାପାଖି ୪୦ ଡିଗ୍ରୀ ରହୁଛ  ଦିନର ତାପମାତ୍ରା . ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଗରମ ରହିଛି। ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଡାବୁଗାଁ ବ୍ଲକ ଅନ୍ତର୍ଗତ ଜନ୍ଦରି ଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀର ଛାତ୍ର ଶ୍ରେଣୀ ଗୃହରେ ପାଠ ପଢ଼ାଇବା ସମୟରେ ବେହୋସ ହୋଇଯାଇଥିଲା . ତେବେ ତୁରନ୍ତ ପରିବାର ଲୋକେ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଛାତ୍ର କୁ ପ୍ରାଥମିକ ଚିକିତ୍ସା କରିବା ପରେ ସୁସ୍ଥ ଅନୁଭବ କରିଥିଲା। ସୂଚନା ଅନୁଯାୟୀ ଆଜି ଡାବୁଗାଁ ବ୍ଲକ ଅନ୍ତର୍ଗତ ଜନ୍ଦରିଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ  ରେ ପ୍ରତିଦିନ ପରି ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଯାଇଥିଲେ।

ରାଜ୍ୟ ସରକାରଙ୍କ ନିୟମ ପ୍ରକାରେ ସକାଳ ୬ ରୁ ୯ ଘଣ୍ଟ ପର୍ଯ୍ୟନ୍ତ ବିଦ୍ୟାଳୟ ରେ ପାଠ ହେବ . ତେବେ ଜଣେ ତୃତୀୟ ଶ୍ରେଣୀର କମୋଳମତି ଛାତ୍ର ରାଇବାରୁ ମାଝୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତଥା ଗୁଳୁଗୁଳି ଗରମରେ ବ୍ୟତିବସ୍ତ ହୋଇ ପଡ଼ିଥିଲା . ଶ୍ରେଣୀ ଗୃହରେ ଶିକ୍ଷାଦାନ ଚାଲିଥିବା ସମୟରେ ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଛାତ୍ର ଜଣକ ବେହୋସ୍ ହୋଇପଡ଼ିଥିଲା। ତୁରନ୍ତ ବେହୋସ୍ ଛାତ୍ର କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଛାତ୍ରର ମୁହଁରେ ପାଣି ଛାଟିବା ସହ ଚେତା ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ। ତୁରନ୍ତ ଛାତ୍ରର ବାପା ଓ ମାଆ ଙ୍କୁ ବିଦ୍ୟାଳୟ କୁ ଡକାଇ ଛାତ୍ରକୁ ପ୍ରାଥମିକ ଉପଚାର କରିବା ସହ ଏକ ଛାଇ ଓ ପବନ ଚଳ ପ୍ରଚଳ କରୁଥିବା ସ୍ଥାନରେ ରଖି ଥିଲେ।

ଏହାର କିଛି ସମୟ ପରେ ବେହୋସ୍ ଛାତ୍ର ଜଣକ ଧୀରେ ଧୀରେ ଚେତା ହୋଇଥିଲା। ଛାତ୍ରକୁ କିଛି ତରଳ ପାନୀୟ ଆହାର ଦେବା ପରେ ପ୍ରାୟ ସାଢେ଼ ୮ ଘଣ୍ଟ ସମୟରେ ସେ ଟିକେ ସୁସ୍ଥ ଅନୁଭବ କରିଥିଲା। ତେବେ ପ୍ରଚଣ୍ଡ ରୌଦ୍ରତାପରେ ଏପରି ଜଣେ ଛାତ୍ର ଶ୍ରେଣୀ ଗୃହରେ ବେହୋସ୍ ହୋଇ ପଡିବା ପରେ ସ୍କୁଲ ର ପ୍ରଧାନ ଶିକ୍ଷକ ଭୟଭୀତ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର