ଭୁବନେଶ୍ବର: ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନାଁରେ ରାଜ୍ୟ ସରକାର ପୁଣି ଥରେ ପଛୁଆ ଅଞ୍ଚଳ ଓ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଭାବାବେଗ ସହ ଖେଳିଛନ୍ତି। ମୈାଳିକ ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବାରେ ବିଫଳ ରାଜ୍ୟ ସରକାର ବିଭ୍ରାନ୍ତ କରି ସାଧାରଣରେ ଦ୍ୱନ୍ଦ୍ବ ସୃଷ୍ଟି କରୁଛନ୍ତି। ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଭଳି ପଛୁଆ ଓ ସ୍ୱାଭିମାନ ଅଞ୍ଚଳରେ ଆବଶ୍ୟକ ସଂଖ୍ୟାରେ ଡାକ୍ତର, ଟେକ୍ନିସିଆନ ନାହାନ୍ତି। ନବରଙ୍ଗପୁର ଜିଲ୍ଲାରେ ୧୬୫ଡାକ୍ତର ପଦବି ଖାଲି ପଡ଼ିଛି। ସରକାରୀ ସ୍ତରରେ ଆବଶ୍ୟକୀୟ ଔଷଧ ମିଳୁନଥିବାରୁ ଘରୋଇ ଔଷଧ ଦୋକାନ ଉପରେ ଲୋକ ନିର୍ଭରଶୀଳ। ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟସେବା ହୁଗୁଳି ପଡ଼ିଥିବାବେଳେ ତାର ସମାଧାନ ପାଇଁ ରାଜ୍ୟ ସରକାର କିଛି ଯୋଜନା କରୁନାହାନ୍ତି। ଏପରିସ୍ଥଳେ ବାୟୁ ସ୍ବାସ୍ଥ୍ୟ ସେବା କାହା ସ୍ବାର୍ଥରେ ବୋଲି ବିଜେପି ନେତା ବଳଭଦ୍ର ମାଝୀ ପ୍ରଶ୍ନ କରିଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ବାୟୁ ସ୍ବାସ୍ଥ୍ୟ ସେବା କେବଳ ପ୍ରଚାର ସର୍ବସ୍ବ ତାହା ପ୍ରମାଣିତ ହୋଇଗଲାଣି। ଶ୍ରୀ ମାଝୀ କହିଛନ୍ତି ଯେ, ଗତ ୧୫ ତାରିଖରେ ଦୁଇ ଦିନ ପାଇଁ ବିଚ୍ଛିନ୍ନାଞ୍ଚଳରେ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ୬ ଜଣ ଡାକ୍ତର ହେଲିକେପ୍ଟରରେ ନବରଙ୍ଗପୁର ଆସିଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ୨ଦିନ ରହି ବିଚ୍ଛିନ୍ନାଞ୍ଚଳ ରୋଗୀଙ୍କ ପାଇଁ କୌଣସି ସୁବିଧା ନକରି ଲାବୋରେଟୋରିରେ ଟେଷ୍ଟ କରି ପୁଣି ଫେରିଆସିଲେ। ୬ ଜଣ ଡାକ୍ତର ହେଲିକେପ୍ଟରରେ ଯାଇ ରକ୍ତ ପରୀକ୍ଷା, ଇସିଜି, ଏକ୍ସରେ, ଏଣ୍ଡୋକ୍ସୋପି ଭଳି ସାମାନ୍ୟ ଚିକିତ୍ସା ପାଇଁ ୨୦ଲକ୍ଷରୁ ଅଧିକ ଖର୍ଚ୍ଚ କରିବା ପଛରେ କାରଣ କ’ଣ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/air-ambulance.jpg)