ପଞ୍ଚଲିଙ୍ଗେଶ୍ବର: ବାଲେଶ୍ୱର ଜିଲ୍ଲା ଅଧୀନ କୁଲଡିହା ଅଭାୟାରଣ୍ୟରେ ବହୁ ରଙ୍ଗବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥାନ୍ତି। ଦୀର୍ଘ ୬ବର୍ଷ ପରେ ଏହି ଅଭୟାରଣ୍ୟରେ ଖଇରି ଡେଣା କୋଇଲି ପୁଣି ଠାବ ହୋଇଛି। ଏମାନେ ଶୀତଋତୁରେ ଶ୍ରୀଲଙ୍କା, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଦକ୍ଷିଣ ପୂର୍ବ ଏସିଆ ଓ ଦକ୍ଷିଣ ଏସିଆରୁ ବହୁଳ ଭାବେ ସ୍ଥାନାନ୍ତରିତ ହୋଇଥାନ୍ତି।
ଚେଷ୍ଟନଟ୍ ୱିଂଗଡ କୁକୋ ବା ଖଇରି ଡେଣା କୋଇଲି ପକ୍ଷୀ ପ୍ରଥମଥର କରି ୨୦୧୬ମସିହାରେ ଉକ୍ତ ଅଭୟାରଣ୍ୟରେ ଭୁବନେଶ୍ୱରର ପକ୍ଷୀ ବିଶେଷଜ୍ଞ ମନୋଜ ସାହୁ ଠାବ କରିଥିଲେ। ଦୀର୍ଘ ୬ବର୍ଷ ପରେ ଏହି ଜାତିର ପକ୍ଷୀ ଶନିବାର କୁଲଡିହା ପକ୍ଷୀ ଗାଇଡ ତଥା ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ସମାଜସେବୀ ମନୋରଞ୍ଜନ ଦାସ ଠାବ କରିଥିଲେ। ଅଭୟାରଣ୍ୟର ଜୁରୀଆତେଟା ଠାରେ ପକ୍ଷୀଟିକୁ ଠାବ କରିବା ସହ ଫଟୋ ଉତ୍ତୋଳନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/16-19.jpg)