ରାତିଅଧରେ ମୃତଦେହ ପୋଡ଼ିଦେଲେ ଦୁର୍ବୃତ୍ତ!

ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତନାଘନା

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ସାନଶିଆଳି ଗାଁ ଜଙ୍ଗଲ ନିକଟ କ୍ଷୁଦ୍ର ଜଳସେଚନ ବିଭାଗ ବନ୍ଧ ହିଡ଼ ଉପରେ ଏକ ମୃତଦେହର ପୋଡ଼ା ଅଂଶବିଶେଷ ଜବତ କରିଛି ପୁଲିସ। ବୁଧବାର ବିଳମ୍ବିତ ରାତିରେ ଏକ ଚାରିଚକିଆ ଯାନରେ ମୃତଦେହ ବନ୍ଧହୁଡ଼ାକୁ ଅଣାଯାଇ ଟାୟାର୍ ଜାଳି ପୋଡ଼ି ଦିଆଯାଇଥିଲା।

ସକାଳେ ଗାଁ ଚୌକିଆଙ୍କଠାରୁ ଖବର ପାଇ ସରପଞ୍ଚ ଧନେଶ୍ବର ସୋରେନ୍‌ ଯଶିପୁର ଥାନାକୁ ଜଣାଇଥିଲେ। ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ସହିତ ଯଶିପୁର ଥାନା ଆଇଆଇସି କ୍ଷମାସାଗର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ପୋଡ଼ା ଯାଇଥିବା ଶରୀର ମଣିଷର ନା ଅନ୍ୟ କୌଣସି ଜୀବଜନ୍ତୁଙ୍କର, ତାହା ସ୍ପଷ୍ଟ ହୋଇନାହିଁ। ତେବେ ସାଇଣ୍ଟିଫିକ୍ ଟିମ୍‌ ଜବତ କରିଥିବା ପୋଡ଼ା ଅଂଶ ସଂପର୍କରେ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି କ୍ଷମାସାଗର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର