ଭୁବନେଶ୍ବର: ଶନିବାର ସକାଳୁ ସକାଳୁ ରାଜଧାନୀରେ ପବନ ସହ ପ୍ରବଳ ବର୍ଷା ହୋଇଛି। ବର୍ତ୍ତମାନ ବି ପ୍ରବଳ ବର୍ଷା ଲାଗି ରହିଛି। ଗତକାଲି ସନ୍ଧ୍ୟାରେ ଅସରାଏ ବର୍ଷିଥିଲା। ପରେ କିଛି ସମୟ ଛାଡିଯାଇଥିଲା। କିନ୍ତୁ ଆକାଶ ମେଘାଚ୍ଛନ୍ନ ଥିଲା। ରାତି ସାରା ବର୍ଷା ବନ୍ଦ ଥିବାବେଳେ ପୁଣି ପଶ୍ଚିମା ଝଡ ପ୍ରଭାବରେ ସକାଳୁ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ରାଜଧାନୀ ରାଜରାସ୍ତା ଶୂନଶାନ ହୋଇଯାଇଛି।
ଗତକାଲି ସନ୍ଧ୍ୟାର ବର୍ଷାରେ ବମିଖାଲ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା। ପୁଣି ସକାଳ ବର୍ଷାରେ ପାଣିର ସୁଅ ଚାଲିଛି। ସେହିପରି ଜାତୀୟ ରାଜପଥରେ ଯେଉଁ ଫ୍ଲାଇ ଓଭର ହୋଇଛି ସେଥିରୁ ପାଣି ଆସି ପାର୍ଶ୍ବ ରୋଡରେ ସୁଅ ଛୁଟୁଛି। ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଗତକାଲି ସନ୍ଧ୍ୟା ଓ ସକାଳର ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/81.jpg)