କଟକରେ ଫ୍ରୋଜିଟର ୨ ନୂଆ ଫୁଡ ଆଉଟଲେଟ ଉଦଘାଟିତ

କଟକ: କଟକ ସ୍ଥିତ ପୁରୀଘାଟ ଓ ରାମଦାସପୁରରେ ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ରୁଚି ଦ୍ୱାରା ପରିଚାଳିତ ଫ୍ରୋଜିଟର ୨ଟି ନୂଆ ଫୁଡ୍ ଆଉଟଲେଟର ଶୁଭ ଉଦଘାଟନ ଉତ୍ସବ ହୋଇଛି। ଶନିବାର ଏହି ନୂଆ ଫୁଡ୍ ଆଉଟଲେଟଦ୍ୱୟକୁ ଉଦଘାଟନ କରିଥିଲେ ଓଲିଉଡର ଚର୍ଚ୍ଚିତ ନାୟିକା ଭୂମିକା । ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ ରୁଚି ଫୁଡଲାଇନର ପରିଚାଳନା ନିର୍ଦ୍ଦେଶକ ଡ଼ ଶରତ କୁମାର ସାହୁ, ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ, ନିର୍ଦ୍ଦେଶିକା ରଶ୍ମି ସାହୁ ଓ ସଲିନା ସାହୁ ।

ଓଡ଼ିଶାର ପ୍ରଥମ ଫ୍ରୋଜନ ଫୁଡ଼୍ ଉଦ୍ୟୋଗ ଫ୍ରୋଜିଟର ଏହା ୧୧ତମ ଏବଂ ୧୨ତମ ଆଉଟଲେଟ୍ । ଫ୍ରୋଜିଟ୍ ଦୀର୍ଘ ୧୦ବର୍ଷ ଧରି ଓଡ଼ିଶାର ଖାଉଟିମାନଙ୍କୁ ଫ୍ରୋଜନ୍-ରେଡ଼ି-ଟୁ-ଇଟ୍, ରେଡ଼ି-ଟୁ-କୁକ୍, ବେକରୀ, ପ୍ରିମିୟମ୍ ଓ ସ୍ୱାସ୍ଥ୍ୟପୋଯୋଗୀ ଖାଦ୍ୟ ତଥା ମୃଦୁ ପାନୀୟ ଯୋଗାଇ ଆସୁଛି। ଏଥି ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପୋଡ଼ପିଠା ଓ ଖିରୀ ଆଦିକୁ ସ୍ୱତନ୍ତ୍ର ଶୈଳୀରେ ପରିବେଷଣ କରିପାରୁଛି ବୋଲି ପ୍ରକାଶ ପରିଥିଲେ ରୁଚି ଫୁଡଲାଇନର ନିର୍ଦ୍ଦେଶିକା ତଥା ଫ୍ରୋଜିଟର ପ୍ରତିଷ୍ଠାତ୍ରୀ ରଶ୍ମି ସାହୁ ।

ପୁରୀଘାଟ ଆଉଟଲେଟଟିକୁ ଯୁବ ବ୍ୟବସାୟୀ ବିଶ୍ୱରଞ୍ଜନ ଘଡ଼ାଇ ଫ୍ରାଞ୍ଚାଇଜ୍ ଭାବେ ନେଇଥିବାବେଳେ ରାମଦାସପୁର ଆଉଟଲେଟକୁ ଅଭିନାଶ ପ୍ରସାଦ ଫ୍ରାଞ୍ଚାଇଜ୍ ଭାବେ ନେଇଛନ୍ତି। ଉଭୟ ଆଉଟଲେଟରେ ସ୍ପ୍ରିଙ୍ଗ୍ ରୋଲ୍, ପାସ୍ତା, ମଟନ-ଘିଅ ରୋଷ୍ଟ, ଚିକେନ୍ ଲଲିପପ୍, ବିରିୟାନୀ, ଲଚ୍ଛା ପରଟା, ସାଣ୍ଡୱିଚ୍, ପେଟିସ୍, କେକ୍, କୁକିଜ୍ ଆଦି ବିଭିନ୍ନ ଯୁବପିଢୀଙ୍କ ପସନ୍ଦର ଗୁଣାତ୍ମକ ଖାଦ୍ୟ ବିକ୍ରୟ ପାଇଁ ରହିଥିବା ବେଳେ ରୁଚି ଓ ଫ୍ରୋଜିଟ୍ ଦ୍ୱାରା ପ୍ରସ୍ତୁତ ଅନେକ ଖାଦ୍ୟଦ୍ରବ୍ୟ ମଧ୍ୟ ଉପଲବ୍ଧ ।

ସେହିପରି ଫାର୍ମବି ଦ୍ୱାରା ପ୍ରସ୍ତୁତ ଓଟସ୍, ଚକୋଚିପସ୍, ମ୍ୟୁସେଲି, କର୍ଣ୍ଣଫେଲ୍କସ୍ ଦ୍ରବ୍ୟ ମଧ୍ୟ ଉପଲବ୍ଧ । ଉଦଘାଟନୀ ଅଫର ଭାବେ ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟ ଉପରେ ୨୦% ରିହାତି ପ୍ରଦାନ କିରାଯିବ ବୋଲି ଆଉଟଲେଟ୍ ମୁଖ୍ୟ ଅଭିନାଶ ସିଂହ ପ୍ରକାଶ ପରିଛନ୍ତି । କାର୍ଯ୍ୟକ୍ରମରେ ଫ୍ରୋଜିଟ ପକ୍ଷରୁ ଶିଳ୍ପା ଦାସ, ଆଦ୍ୟାଶା ପଟ୍ଟନାୟକ, ଶ୍ରୀକାନ୍ତ ମହାପାତ୍ର, ଦେବସ୍ମିତା ମିଶ୍ର, ସାଗନିକା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସହଯୋଗ କରିଥିଲେ ହ୍ୱାଇଟ୍ କାନଭାସର ସମସ୍ତ କର୍ମକର୍ତ୍ତା।

ସମ୍ବନ୍ଧିତ ଖବର