ଜୟପୁର: ଜୟପୁର ନିର୍ବାଚନମଣ୍ଡଳୀରେ ଶୁକ୍ରବାର ଦିନ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମାରାଥାନ ଭାବେ ବିଭିନ୍ନ ସେତୁ, କଲଭର୍ଟ ଓରାସ୍ତାର ଉଦଘାଟନ ଓ ଭୂମି ପୂଜା କରିଛନ୍ତି। ଏଥିରେ ବେଣାଗାଁ-ପ୍ରଧାନିଗୁଡା-ପେଟିଆଗୁଡା-ଚଣ୍ଡାଲଗୁଡା ରାସ୍ତା, ପ୍ରଜେକ୍ଟ ରାସ୍ତାରୁ ରାଣିଗୁଡା ବ୍ରିଜ, ମାରଟ-ପାଟିପାର, ବିଶାଳି ରାସ୍ତା, ଚମ୍ପାପଦର ଠାରୁ ମସିପଦର ବ୍ରିଜ, ଡମ୍ବତୁରଜିଂଅ-ଖରାଗୁଡା- ବାଣୁଆଗୁଡ ରାସ୍ତା, ଡମ୍ବତୁରଜିଂଆ-ପଟିସିଲ-ଖନପଡା ପିଣ୍ଡାପଦର ରାସ୍ତା, ପିଡବ୍ଲୁଡି ରାସ୍ତା (ହରଡାଫୁଟ-କୁଡମି) ଠାରୁ ଦୁଆରାମ ରାସ୍ତା, କଙ୍ଗା–ଖଡଫା ଠାରୁ ଖଟାରୀପୁଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାର ଭୁମିପୂଜା ଓଉଦଘାଟନ କରିଥିଲେ।
ଏଥିରେ ଜିଲ୍ଳାପରିଷଦ ସଭ୍ୟ ପିଙ୍କୁ ଶତଫଥୀ ପ୍ରମୁଖ ଭାଗ ନେଇଥିଲେ। ବହୁ ଦୁର୍ଗମ ଗାଁକୁ ରାସ୍ତା ଓସେତୁ ଲୋକାର୍ପଣ କରାଯାଇଥିବା କହିଛନ୍ତି ବିଧାୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/jpr-mla-3.jpg)