ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଯୋଗଦାନ ପାଇଁ ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣପତ୍ର ବଣ୍ଟନ ଯାତ୍ରା ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ନିମନ୍ତ୍ରଣକାରୀ ଦଳ ଆଜି ଦେଶ ବାହାରକୁ ଯାଇ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। ଆସନ୍ତାକାଲି ଏହି ପ୍ରତିନିଧି ଦଳ ନେପାଳର ବିଭିନ୍ନ ଦେବଦେବୀ ମନ୍ଦିରରେ ନିମନ୍ତ୍ରଣପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ତାମିଲନାଡ଼ୁର ମଦୁରାଇର ମୀନାକ୍ଷୀ ମନ୍ଦିର ଓ ଅଲଗରନାଥ ମହାବିଷ୍ଣୁ ମନ୍ଦିରରେ ନିମନ୍ତ୍ରଣପତ୍ର ଦିଆଯାଇଛି।
ଜାମ୍ମୁର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ଜଗନ୍ନାଥ ମନ୍ଦିର, ଶ୍ରୀ ସାଇଲମର ମଲ୍ଲିକାର୍ଜୁନ ମନ୍ଦିର, ବିଶାଖାପାଟଣାର ଷ୍ଟିଲ୍ ପ୍ଲାଣ୍ଟ୍ ଜଗନ୍ନାଥ ମନ୍ଦିର, ଔରଙ୍ଗାବାଦ ଏଲୋରାର ଶ୍ରୀ ଘୃଷ୍ଣେଶ୍ୱର ମନ୍ଦିର ଦେବସ୍ଥାନ, ଗୁଜୁରାଟ ସୋମନାଥ ମନ୍ଦିରରେ ସେବାୟତ ଓ ନୋଡାଲ୍ ଅଧିକାରୀ ପହଞ୍ଚି ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଶାର ବରଗଡ଼ ପାଇକମାଳର ନୃସିଂହନାଥ ମନ୍ଦିର, ନୂଆପଡ଼ାର ପାତାଳ ଗଙ୍ଗା ମନ୍ଦିରରେ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରା ଯାଇଥିଲା। ମଦୁରାଇର ଅଲଗରନାଥ ମନ୍ଦିରରେ ପ୍ରଶିକ୍ଷିତ ହାତୀ ନିମନ୍ତ୍ରଣକାରୀ ଦଳଙ୍କୁ ସ୍ୱାଗତ କରିବା ସହ ଶୁଣ୍ଢରେ ଆଶୀର୍ବାଦ କରିଥିଲେ। ଦାରୁସ୍ଥଳକୁ ଗସ୍ତ କରିଥିବା ପ୍ରତିନିଧି ଦଳ ବିଭିନ୍ନ ଜିଲ୍ଲାରେ ନିମନ୍ତ୍ରଣପତ୍ର ଦେବା ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/sfhfhff-5.jpg)