ଅମ୍ବାଭୋନା: ବୀର ସୁରେନ୍ଦ୍ର ସାଏଙ୍କ ଐତିହାସିକ ପୀଠ ତଥା କର୍ମକ୍ଷେତ୍ର ଭାବେ ପରିଚିତ ବରଗଡ଼ ଜିଲ୍ଲା ବାରପାହାଡ ଘେରା ଅଞ୍ଚଳ ଉତ୍ତମ ଗ୍ରାମପଞ୍ଚାୟତ ଲେଥେର ଗ୍ରାମରେ ବହୁ ବର୍ଷ ଖଣ୍ଡା ଓ ଅସ୍ତ୍ରର ସନ୍ଧାନ ମିଳିଛି। ଜେସିବି ମେସିନ ଦ୍ୱାରା ଖେଳ ପଡ଼ିଆ ପ୍ରସ୍ତୁତ କରାଯାଉଥିବା ବେଳେ ଏହି ପୁରାତନ ଅସ୍ତ୍ର ମିଳିଛି।
/sambad/media/post_attachments/wp-content/uploads/2020/11/683697a2-6c14-4f28-a823-d1bf734f3182-1024x768.jpg)
ସୂଚନାଯୋଗ୍ୟ ଯେ ଲେଥେର ଗ୍ରାମର ଖେଳପଡିଆ କରାଯିବା ପାଇଁ ଗ୍ରାମବାସୀ ଏକ ଜେସେବି ମାଧ୍ୟମରେ ମାଟି ଖନନ କରୁଥିଲେ। ମାଟି ଖନନ କରିବା ବେଳେ ମାଟି ତଳୁ ହଠାତ୍ ବହୁ ବର୍ଷର ଖଣ୍ଡା ଓ ବିଭିନ୍ନ ଯୁଦ୍ଧାସ୍ତ୍ର ମିଳିଛି। ଏହି ସଂପର୍କରେ ଖବର ପାଇ ଗ୍ରାମବାସୀ ସମେତ ଆଖ ପାଖ ଗ୍ରାମର ଲୋକେ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ ଅସ୍ତ୍ର ଗୁଡିକ ଉନ୍ଧାର କରିଥିବା ଜଣାଯାଛି।
ଏଠାରେ ଉଲ୍ଲେଖ ଯେ ଅମ୍ବାଭୋନା ବ୍ଳକ ବାରପାହାଡ ଓ ଡେବ୍ରିଗଡ ଅଞ୍ଚଳରେ ଇଂରେଜ ଶାସନ ବେଳେ ଚୌହାନ ବଂଶଧର ଏବଂ ଗୋଣ୍ଡ ସମାଜ ପକ୍ଷରୁ ଯୁଦ୍ଧ କରିବା ପାଇଁ ଖଣ୍ଡା ଓ ବିଭିନ୍ନ ଧରୁଆ ଅସ୍ତ୍ର ବ୍ୟବହାର କରୁଥିଲେ। ଏହି ଅସ୍ତ୍ର ଗୁଡିକ ବ୍ୟବହାର ନ ହେବାରୁ କୈଣସି ବ୍ୟକ୍ତି ମାଟି ତଳେ ପୋତି ଦେଇଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି। ତେବେ ବାରପାହାଡ ଓ ଡେବ୍ରିଗଡ ଅଞ୍ଚଳକୁ ଖୋଜାଖୋଜି କଲେ ଆଉରି ପୁରାତନ ଯୁନ୍ଧ ସାମଗ୍ରୀ ମିଳିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Old-historical-sword08_Thumb.jpg)