ଭଦ୍ରକ: ସାମାଜିକ ଗଣମାଧ୍ୟରେ ବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକରେ ପୁଲିସ ଉପରେ ଆକ୍ରମଣ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଛି। ଆଜି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଭଦ୍ରକ ଆସି ଘଟଣାର ସମୀକ୍ଷା କରିଥିବା ବେଳେ ଆଉ ୧୧ ଜଣଙ୍କୁ ଗିରଫ କରାଯାଇଛି।
୮ ମାମଲା ରୁଜୁ, ଗିରଫ ସଂଖ୍ୟା ୩୩କୁ ବୃଦ୍ଧି
ମଧ୍ୟରାତ୍ରରୁ ଇଣ୍ଟରନେଟ୍ ସେବା ସ୍ବାଭାବିକ
ପୁରୁଣା ବଜାର ଓ ଧାମନଗର ଥାନାରେ ସମୀକ୍ଷା ବେଳେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ କହିଥିଲେ, ସାମାଜିକ ଗଣମାଧ୍ୟମରେ ଯଦି ଆପତ୍ତିଜନକ ପୋଷ୍ଟ କେହି ଦେଖୁଛନ୍ତି, ତେବେ ଆଇନ ହାତକୁ ନ ନେଇ ପୁଲିସକୁ ସୂଚନା ଦିଅନ୍ତୁ। ଆକ୍ରମଣ ଘଟଣାରେ ପୃଥକ୍ ଥାନାରେ ମୋଟ ୮ଟି ମାମଲା ରୁଜୁ ହୋଇଛି। ଗତକାଲି ସୁଦ୍ଧା ୨୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ୧୧ ଜଣ ଗିରଫ ହୋଇଛନ୍ତି। ଫଳରେ ମୋଟ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ୩ ଦିନ ହେବ କୌଣସି ହିଂସା ଘଟଣା ଘଟି ନଥିବା ବେଳେ ଫ୍ଲାଗ୍ମାର୍ଚ୍ଚ ସହ ପୁଲିସ ପାଟ୍ରୋଲିଂ ଚାଲିଛି। ସ୍ଥିତି ସ୍ବାଭାବିକ ଆଡ଼କୁ ଗତି କରୁଛି। ୧୬୩ ଧାରା ଜାରି ରହିଥିବା ବେଳେ ଆଜି ମଧ୍ୟରାତିରୁ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ଓ ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ପ୍ରଥମେ ଧାମନଗର ଥାନାରେ ପହଞ୍ଚି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଓ ଭଦ୍ରକ ଏସ୍ପି ବରୁଣ ଗୁଣ୍ଠୁପାଲି ଉପସ୍ଥିତ ଥିଲେ। ପରେ ପୁରୁଣା ବଜାର ଥାନା ଯାଇ ସ୍ଥିତି ବାବଦରେ ପଚାରି ବୁଝିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/rxDWCi6bCWGoHcOmwDFg.jpg)