ଝାରସୁଗୁଡ଼ା: କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ କେନ୍ଦ୍ର କରି ସରପଞ୍ଚ, ସମିତି ସଭ୍ୟଙ୍କୁ ପୁଲିସ୍ ୧୨ ଘଣ୍ଟା ଅଟକ ରଖିବା ସହ ଶୌଚାଳୟ ଯିବାକୁ ଓ ପାଣି ପିଇବାକୁ ଅନୁମତି ଦେଇନଥିଲା। ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷାଙ୍କ ଚଉକି କାଳେ ପଳେଇବ ସେହି ଭୟରେ ବିଜେପି ଏଭଳି କରିଛି। ତେବେ ଏହି ଘଟଣାରେ ଦଳ ଚୁପ୍ ରହିବନି। ଆମ ନେତା ନବୀନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆଜି ଝାରସୁଗୁଡ଼ାରେ ବିଜେଡିର ଫାକ୍ଟ ଫାଇଣ୍ଡିଂ ଟିମ୍ ପହଞ୍ଚିବା ପରେ ସ୍ଥାନୀୟ ଏକ ହୋଟେଲରେ ସମ୍ପୃକ୍ତ ସରପଞ୍ଚ, ସମିତିସଭ୍ୟଙ୍କ ସହ ଆଲୋଚନା ପରେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଏହା କହିଛନ୍ତି। ଏହି ଟିମ୍ରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ସୁଦର୍ଶନ ହରିପାଲ, ଦେବେଶ ଆଚାର୍ଯ୍ୟ, ଯୋଗେଶ ସିଂହ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଅଳକା ମହାନ୍ତି, ଦୀପାଳି ଦାସ, ବିଶାଳ ଦାସଙ୍କ ସମେତ ଅନାସ୍ଥା ପ୍ରସ୍ତାବ ଆଣିଥିବା ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।
ଆଲୋଚନା ପରେ ବାହାରିଥିବା ନିଷ୍କର୍ଷକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରାଯିବ ଓ ତାଙ୍କ ନିର୍ଦ୍ଦେଶରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଦଳୀୟ ନେତାମାନେ ମତବ୍ୟକ୍ତ କରିଛନ୍ତି। ବିଜେଡି ଅଭିଯୋଗ କରିଛି ଯେ ଅନାସ୍ଥା ଭୋଟ୍ ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ସରକାର ଚକ୍ରାନ୍ତ କରି ୯ ଜଣ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଓ ଅନ୍ୟମାନଙ୍କୁ ସରାଇପାଲି ଥାନାରେ ଅଟକ ରଖି ମାମଲା ରୁଜୁ କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପରେ ସେମାନଙ୍କୁ ଥାନାରୁ ଛଡ଼ାଯାଇଥିଲା ବୋଲି ବିଜେଡି କହିଛି। ପୂର୍ବତନ ବିଧାୟିକା ଦୀପାଳି ଦାସ କହିଥିଲେ ଯେ ଯିଏ ଆମକୁ ଭୋଟ୍ ଦେବାରେ ଅଟକାଉଛନ୍ତି, ସେମାନେ ଭୟଭୀତ ରହିଛନ୍ତି। ଆଗାମୀ ନିର୍ବାଚନରେ ଏମାନେ କେତେ ତଳକୁ ଖସିବେ ତାହା ଚିନ୍ତା କରନ୍ତୁ। ଆଗକୁ ଝାରସୁଗୁଡ଼ା ଓ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ଏକ ହୋଇ ଲଢ଼ିବ ବୋଲି ଦୀପାଳି କହିଥିଲେ। ବୈଠକରେ ତାପସରାୟ ଚୌଧୁରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଲାବତୀ ମିଞ୍ଜ, ଜିଲ୍ଲା ବିଜେଡି ସଭାପତି ରବି ସିଂ, ମହିଳା ସଭାପତି ରୋଜାଲିନ୍ ପଟେଲ, ସଂଜିତ ନାଏକ, ସନ୍ଦୀପ ଅବସ୍ତି, ରଘୁମଣି ପଟେଲ, ହରିଶ୍ ଗଣତ୍ରା, ପି ରାମ ମୋହନ ରାଓ, ବିଶ୍ୱନାଥ ନାଏକ, ପର୍ଶୁରାମ ସାହୁ, ତ୍ରିନାଥ ଗୁଆଲ, ନନ୍ଦକିଶୋର ଅଗ୍ରୱାଲ, ବେଣୁଗୋପାଳ ପାଣିଗ୍ରାହୀ, ପ୍ରତାପ ନନ୍ଦ, ପିଣ୍ଟୁ ପାଢ଼ୀ, ଅଶୋକ ଦାସ, ଜୟନ୍ତ ଦୀକ୍ଷିତ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/13/Vqw8VHM4GmNylO2s7bKE.jpg)