ଫନିରେ ଭାଙ୍ଗିଯାଇଥିବା କଦଳୀ ଗଣ୍ଡିରୁ ଆୟ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା

ଫନିରେ ଆପଣଙ୍କର ବାଡ଼ିରେ ଥିବା କଦଳୀ ଗଛ ଭାଙ୍ଗିଯାଇଛି କି | ତେବେ ଏହି କଦଳୀ ଗଣ୍ଡି ଆପଣଙ୍କୁ ଦେଇପାରେ ଲକ୍ଷାଧିକ ଟଙ୍କା | ଆପଣଙ୍କର କିଛି ପରିଶ୍ରମ ଆପଣଙ୍କୁ ଲକ୍ଷପତି କରିପାରେ | ବିଶେଷ କରି କଦଳୀ ଗଣ୍ଡିରେ ଆପଣ ଗଛ ଲଗାଇପାରିବେ |

ଭାରତରେ କଦଳୀ ଓ କଦଳୀ ପତ୍ରର ସ୍ୱତନ୍ତ୍ର ଚାହିଦା ଥିବାବେଳେ ସବୁଦିନେ ଭାରତୀୟମାନେ କଦଳୀକୁ ଖାଇଥାନ୍ତି ବା ପୂଜାରେ ବ୍ୟବହାର କରିଥାନ୍ତି | ସେହିପରି କଦଳୀ ପତ୍ର ବି ଭାରତୀୟ ପରମ୍ପରାରେ ବହୁ ଗୁରୁତ୍ୱ ରଖେ | ଏଣିକି କଦଳୀ ଗଣ୍ଡି ବି ଆପଣଙ୍କର ବହୁତ କାମରେ ଆସିବ |

PHOTO-BETTERINDIA

ଏବେ ଆସନ୍ତୁ ଜାଣିବା କିଭଳି କଦଳୀ ଗଣ୍ଡିରେ ଗଛ ଲଗାଇପାରିବେ
କଦଳୀ ଗଣ୍ଡିର ଉପର ପାର୍ଶ୍ୱକୁ ଗୋଲ କରି କାଟନ୍ତୁ ଏହା ପରେ ଏଥିରୁ ମଞ୍ଜା ଅଂଶକୁ କାଢିଦିଅନ୍ତୁ | ଏଥିରେ ପଟୁମାଟି ବା ଗୋବର ଖତ ପୁରାଇଦିଅନ୍ତୁ | ପ୍ରତିଟି ଗଣ୍ଡିରେ ୪ ରୁ ୫ଟି ଏଭଳି ଗାତ କରନ୍ତୁ | ପ୍ରତି ଗାତରେ ୨ରୁ ୩ଟି ମଞ୍ଜି ପୋତି ଦିଅନ୍ତୁ | ବଡ କଥା ଏଥିରେ ମଞ୍ଜି ପୋତିଲେ ବାରମ୍ବାର ପାଣି ଦେବାକୁ ପଡ଼ିନଥାଏ | କାରଣ କଦଳୀ ଗଣ୍ଡିର ବଡ ବିଶେଷତ୍ୱ ହେଉଛି ଯେ ଥରେ ପାଣି ଦେଲେ ବହୁ ସମୟ ଧରି ଏହା ପାଣିକୁ ଶୋଷଣ କରି ରଖିପାରେ | ସେହିପରି ପୋଷଣରେ ଭରପୁର ହୋଇଥିବା କଦଳୀ ଗଣ୍ଡିରେ ସାର ଦେବାକୁ ପଡ଼ିନଥାଏ | ଯଦି ଆପଣ ଆଗ୍ରହୀ ଦେଖନ୍ତୁ ଏହି ଭିଡିଓ |

ସମ୍ବନ୍ଧିତ ଖବର