ହରି ଉଦ୍ୟୋଗ ଗ୍ରୁପ ଉପରେ ଆୟକର ଚଢ଼ଉ

ଭୁବନେଶ୍ବର : ଆୟକର ଫାଙ୍କିବା ଅଭିଯୋଗରେ ହରି ଉଦ୍ୟୋଗ ଗ୍ରୁପ ଉପରେ ଆୟକର ବିଭାଗ ପକ୍ଷରୁ ଗତ ଦୁଇ ଦିନ ହେବ ଚଢ଼ଉ ଜାରି ରହିଛି। ଗ୍ରୁପର ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳରେ ଥିବା କେତେକ ଅଫିସରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ହରି ଉଦ୍ୟୋଗ ପାଖାପାଖି ୧୨କୋଟି ଟଙ୍କା ଟିକସ ଫାଙ୍କିଥିବା ନେଇ ଅଭିଯୋଗ ହୋଇଛି। କମ୍ପାନିରୁ କେତେକ କାଗଜପତ୍ର ମଧ୍ୟ ଆୟକର ବିଭାଗର ଅଧିକାରୀମାନେ ଜବତ କରିଛନ୍ତି। ଆସନ୍ତାକାଲି ମଧ୍ୟ ଚଢ଼ଉ ଜାରି ରହିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର