ତାଳଚେର : ତାଳଚେର ଅଞ୍ଚଳର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନରେ ବୁଧବାର ଦିନ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୂଚନା ମୁତାବକ, ତାଳଚେର ତାଳବେଡ଼ାରେ ଥିବା ତ୍ରିଶିକ୍ଷା ମୋଟର୍ସ ଏବଂ ବାବୁ ସିଂହଙ୍କ ଘର, ଜଗନ୍ନାଥ ସେଣ୍ଟ୍ରାଲ ୱାର୍କସର୍ପ ଅଞ୍ଚଳରେ ଥିବା ସେରାବାଲୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଦିନ ପ୍ରାୟ ସାଢ଼େ ୧୦ଟାବେଳେ ଚଢ଼ଉ ଆରମ୍ଭ ହୋଇଥିଲା।
ଆୟକର ବିଭାଗର ୬ଟି ଗାଡ଼ିରେ ବିଭିନ୍ନ ପଦାଧିକାରୀ ପ୍ରଥମେ ତ୍ରିଶିକ୍ଷା ମୋଟର୍ସରେ ଚଢ଼ଉ କରିଥିଲେ। ସେଠାରେ ପାଖାପାଖି ୫ ଘଣ୍ଟା ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ଏହାପରେ ତାଳଚେର ଭରତପୁର ସ୍ଥିତ ଏକ କାର୍ଯ୍ୟାଳୟରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରିଥିଲେ। ସେହିପରି ତାଳଚେର ବିଧାୟକଙ୍କର ଜଣେ ସହଯୋଗୀ ବାବୁ ସିଂହଙ୍କ ଘରେ ସନ୍ଧ୍ୟାବେଳେ ଆୟକର ବିଭାଗର କର୍ମଚାରୀ ପହଞ୍ଚି ବିଭିନ୍ନ କାଗଜପତ୍ର ତନଖି କରିଥିବା ଜଣାପଡ଼ିଛି।